ଆସନ୍ତାବର୍ଷରୁ ଟେଲିଭିଜନ ସୋରେ ହୋଷ୍ଟ କରୁଥିବାର ନଜର ଆସିବେନି ଆଦିତ୍ୟ ନାରାୟଣ

ଆସନ୍ତାବର୍ଷରୁ ଟେଲିଭିଜନ ସୋରେ ହୋଷ୍ଟ କରୁଥିବାର ନଜର ଆସିବେନି ଆଦିତ୍ୟ ନାରାୟଣ

India.com

ମୁମ୍ବାଇ: ଲୋକପ୍ରିୟ ବଲିଉଡ କଣ୍ଠଶିଳ୍ପୀ ଉଦିତ ନାରାୟଣଙ୍କ ପୁଅ ତଥା ଇଣ୍ଡିଆନ୍ ଆଇଡଲ୍ ୧୨ର ହୋଷ୍ଟ ଆଦିତ୍ୟ ନାରାୟଣ ନିଜର ସୁନ୍ଦର ହୋଷ୍ଟିଙ୍ଗ ପାଇଁ ବେଶ ଜଣାଶୁଣା | ଆଉ ନିକଟରେ ଏକ ସାକ୍ଷାତକାରରେ ଆଦିତ୍ୟ କହିଛନ୍ତି ଯେ ଆସନ୍ତା ୨୦୨୨ ସୁଦ୍ଧା ସେ ହୋଷ୍ଟିଂକୁ ସବୁଦିନ ପାଇଁ ଅଲବିଦା କହିବେ | ଆଦିତ୍ୟ ଏହା ମଧ୍ୟ କହିଛନ୍ତି ଯେ ୨୦୨୨ ସୁଦ୍ଧା ଆଉ ସେ କୌଣସି ବି ଟିଭି ସୋରେ ଆଙ୍କରିଂ କରିବେ ନାହିଁ। ସୂଚନା ଥାଉ କି ଯେ ଇଣ୍ଡିଆନ୍ ଆଇଡଲ୍ ବ୍ୟତୀତ ଆଦିତ୍ୟ ନାରାୟଣଙ୍କୁ ସା ରେ ଗା ମା ପା, ରାଇଜିଂ ଷ୍ଟାର୍, କିଚେନ୍ ଚାମ୍ପିଅନ୍, ଏକ୍ସ ଫ୍ୟାକ୍ଟର୍ ଭଳି ରିଆଲିଟି ସୋକୁ ହୋଷ୍ଟିଙ୍ଗ କରୁଥିବାର ଦେଖିବାକୁ ମିଳିଥିଲା |

ଆଦିତ୍ୟ ନାରାୟଣ କହିଛନ୍ତି ଯେ ମୁଁ ଏକାସାଙ୍ଗରେ ଏକାଧିକ କାର୍ଯ୍ୟ କରିବାକୁ ଭଲ ପାଏ, କିନ୍ତୁ ଏହା ଦ୍ୱାରା ହାଲିଆ ହୋଇପଡୁଛି । ମୁଁ ଗତ ୧୫ ବର୍ଷ ଧରି ଟେଲିଭିଜନର ଏକ ଅଂଶ ହୋଇଆସିଛି, ଯାହା ପାଇଁ ମୁଁ କୃତଜ୍ଞ | ଟିଭି ଇଣ୍ଡଷ୍ଟ୍ରି ମୋତେ ଅନେକ ନାମ, ଖ୍ୟାତି ଏବଂ ସଫଳତା ଦେଇଛି | ତେବେ ଆଦିତ୍ୟ ସ୍ପଷ୍ଟ କରିଛନ୍ତି ଯେ ସେ ଛୋଟ ପରଦାରେ କାମ କରିବା ବନ୍ଦ କରିବେ ନାହିଁ, କିନ୍ତୁ ଭୂମିକା ଭିନ୍ନ ହେବ |

ଆଦିତ୍ୟ ଇସାରା ଦେଇଛନ୍ତି ଯେ ଏଣିକି ସେ ଆଉ ହୋଷ୍ଟିଙ୍ଗ ନ କରି କୌଣସି ଗେମ୍ ସୋରେ ଅଂଶଗ୍ରହଣ କରିବେ କିମ୍ବା କୌଣସି ସୋ’ରେ ଜଜ୍ ଆସନରେ ବସିବେ | ସେ କହିଛନ୍ତି ଯେ ଯେ ଏତେ ବର୍ଷ ଧରି ଠିଆ ହୋଇ ସେ ଥକିଯାଇଛନ୍ତି, ବର୍ତ୍ତମାନ ସିଟରେ ବସିବାର ସମୟ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe