ମଡେଲ ପ୍ରେମିକାଙ୍କୁ ଖୁବ୍ ଶୀଘ୍ର ବିବାହ କରିବେ ଆଦିତ୍ୟ ରଏ କପୁର!

Advertisment
ମଡେଲ ପ୍ରେମିକାଙ୍କୁ ଖୁବ୍ ଶୀଘ୍ର ବିବାହ କରିବେ ଆଦିତ୍ୟ ରଏ କପୁର!

Koimoi

ମୁମ୍ବାଇ: ଗତ ଦୁଇ ବର୍ଷ ମଧ୍ୟ‌ରେ ବଲିଉଡର ଅନେକ କଳାକାର ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି। କିଏ ପ୍ରେମ ବିବାହ କରିଛି ତ କିଏ ନିଜ ପରିବାର ଇଚ୍ଛାରେ ବିବାହ କରିଛନ୍ତି। ଏହି କ୍ରମରେ ଦୀପିକା-ରଣବୀର, ଅନୁଷ୍କା-ବିରାଟ, ପ୍ରିୟଙ୍କା-ନିକ୍ ଭଳି ଯୋଡ଼ି ବଲିଉଡକୁ ମିଳିଥିବା ବେଳେ ଏବେ ଆଉ ଜଣେ ବଲିଉଡ୍ ଅଭିନେତା ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଜଣା ପଡ଼ିଛି। 'ଆଶିକି-୨' ପରେ ଲୋକପ୍ରିୟ ହୋଇଥିବା ଅଭିନେତା ଆଦିତ୍ୟ ରଏ କପୁର ଖୁବ୍ ଶୀଘ୍ର ନିଜର ପ୍ରେମିକା ଦୀବା ଧୱନଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି।

Image result for aditya-roy-kapoor-talks-about-his-rumoured-relationship-with-model-diva-dhawan The Times of India

ଆଦିତ୍ୟଙ୍କ ଆଗାମୀ ଫିଲ୍ମ 'ମଲଙ୍ଗ'କୁ ନେଇ ଏବେ ଚର୍ଚ୍ଚା ଲାଗି ରହିଥିବା ବେଳେ ଏ ମଧ୍ୟରେ ତାଙ୍କ ବିବାହ ଖବର ସାମ୍ନାକୁ ଆସିବା ଚର୍ଚ୍ଚାକୁ ଆହୁରି ବଢ଼ାଇଛି। ଆଦିତ୍ୟ ନିଜର ମଡେଲ ପ୍ରେମିକା ଦୀବା ଧୱନଙ୍କୁ ବିବାହ କରିବ‌େ ବୋଲି ଚର୍ଚ୍ଚା ହେବା ପରେ ଏ ନେଇ ତାଙ୍କର ପ୍ରତିକ୍ରିୟା ମଗାଯାଇଥିଲା। ଫିଲ୍ମ 'ମଲଙ୍ଗ'ର ପ୍ରମୋସନ ଇଭେଣ୍ଟରେ ଏ ନେଇ ତାଙ୍କୁ ପ୍ରଶ୍ନ କରାଯିବା ପରେ ସେ କହିଥିଲେ, ଦୀବା ଏବଂ ମୁଁ ଭଲ ବନ୍ଧୁ। ଆମେ ଥରେ ଡିନର ଡେଟରେ ଯିବା ପରଠାରୁ ହିଁ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି। କିନ୍ତୁ ଆମ ଦୁହିଁଙ୍କ ମଧ୍ୟରେ ସେଭଳି କିଛି ନାହିଁ। ମୋର ବିବାହକୁ ନେଇ ଚର୍ଚ୍ଚା ହେବା ପରେ ମୋ ମା’ ମୋତେ ପ୍ରଶ୍ନ କରିଥିଲେ, ଏଭଳି କିଛି ଜିନିଷ ରହିଛି କି, ଯାହା ବିଷୟରେ ମୁଁ ଜାଣିବା ଦରକାର। ମୁଁ ତାଙ୍କୁ ସେଭଳି କିଛି ନାହିଁ ବୋଲି କହି ମନା କରିବା ସହ ଦୀବ‌ା ମୋର ଜଣେ ଭଲ ବନ୍ଧୁ ବୋଲି କହିଥିଲି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe