ପ୍ରେମ ସଂପର୍କକୁ ଆଉ ଟିକେ ଆ‌ଗକୁ ନେବାକୁ ଚିନ୍ତା କରିଛନ୍ତି ଆଦିତ୍ୟ ଓ ଅନନ୍ୟା; ଖୁବ୍ ଶୀଘ୍ର ହୋଇପାରେ ବିବାହ

Advertisment
ପ୍ରେମ ସଂପର୍କକୁ ଆଉ ଟିକେ ଆ‌ଗକୁ ନେବାକୁ ଚିନ୍ତା କରିଛନ୍ତି ଆଦିତ୍ୟ ଓ ଅନନ୍ୟା; ଖୁବ୍ ଶୀଘ୍ର ହୋଇପାରେ ବିବାହ

ମୁମ୍ବାଇ: ଅଭିନେତା ଆଦିତ୍ୟ ରୟ କପୁର୍‌ଙ୍କ ବିବାହକୁ ନେଇ ପ୍ରଶଂସକଙ୍କ ମନରେ ଅନେକ ପ୍ରଶ୍ନ। ଫିଲ୍ମ ‘ଆସିକ୍‌-୨’ରେ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ସହ ଅଗଣତି ପ୍ରଶଂସକଙ୍କ ଭଲପାଇବା ପାଇବା ପରେ ଆଦିତ୍ୟ ତାଙ୍କ ବାସ୍ତବ ଜୀବନରେ କାହାକୁ ନିଜର ନାୟିକା କରିବେ ସେ ନେଇ ସଭିଙ୍କ ମନରେ ଏକ ପ୍ରଶ୍ନ ରହିଥିଲା। ଏବେ ଖବର ରହିଛି ଯେ ଆଦିତ୍ୟ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ବିବାହ କରିବାକୁ ଯାଉଛନ୍ତି।

ଅବଶ୍ୟ ଏହି ଦୁଇ ଅଭିନେତା-ଅଭିନେତ୍ରୀ ପ୍ରେମ ସଂପର୍କରେ ଥିବା ନେଇ ଅନେକ ଦିନରୁ ଚର୍ଚ୍ଚା ହେଉଛି। ମାତ୍ର ସେମାନେ ବିବାହ କରିବା ନେଇ କେବେ କୌଣସି ସ୍ଥ‌ାନରେ ଆଗରୁ ମୁହଁ ଖୋଲିନାହାନ୍ତି। ନିକଟରେ  ଏକ ବିଶେଷ ସୂତ୍ରରୁ ମିଳିଥିବା ଖବରରୁ ଜାଣିବାକୁ ମିଳିଛି ଯେ ସେ ଦୁହେଁ ପରସ୍ପରଙ୍କୁ ପ୍ରେମ କରନ୍ତି ଓ ବିବାହ କରିବାକୁ ଚାହାନ୍ତି। ସବୁଠାରୁ ଭଲ ଖବର ହେଉଛି ସେ ଦୁହିଁଙ୍କ ବିବାହକୁ କୁଆଡ଼େ ଦୁଇ ପରିବାରଙ୍କ ପକ୍ଷରୁ ସମ୍ମତି ମିଳିଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଅନନ୍ୟା ଓ ଆଦିତ୍ୟଙ୍କ ପରିବାର ଲୋକ କହୁଛନ୍ତି କି ଯଦି ସେ ଦୁହେଁ ପରସ୍ପରଙ୍କୁ ନେଇ ‘ସିରିୟସ୍‌’ ଅଛନ୍ତି ତ ସେମାନଙ୍କୁ ଭବିଷ୍ୟତ ଯୋଜନା କରିବା ଉଚିତ। ହେଲେ ଆଦିତ୍ୟ ଓ ଅନନ୍ୟା ନିଜ ସଂପର୍କକୁ ନେଇ କୌଣସି ପ୍ରକାରର ତରବରିଆ ନିଷ୍ପତ୍ତି ନେବାକୁ ଚାହାନ୍ତିନି। ଦୁହେଁ ଧୀରେ ଧୀରେ ଆଗକୁ ବଢ଼ିବାକୁ ଚାହାନ୍ତି। ତେବେ ଅନୁମାନ କରାଯାଉଛି ଯେ ଦୁହେଁ ଖୁବ୍‌ ଶୀଘ୍ର ‌ସେମାନଙ୍କ ସଂପର୍କକୁ ଆନୁଷ୍ଠାନିକ ଭାବେ ଘୋଷଣା କରିପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe