ପ୍ରଭାବିତ କରୁଛି କରିସ୍ମାଙ୍କ ଜୀବନ ଦର୍ଶନ

Advertisment
ପ୍ରଭାବିତ କରୁଛି କରିସ୍ମାଙ୍କ ଜୀବନ ଦର୍ଶନ

iDiva

୯୦ ଦଶକର ଶ୍ରେଷ୍ଠ ଅଭିନେତ୍ରୀ କରିସ୍ମା କପୁର ତାଙ୍କ ଅପରୂପ ସୌନ୍ଦର୍ଯ୍ୟ ଓ ଜୀବନ ପ୍ରତି ତାଙ୍କ ନିଆରା ଦୃଷ୍ଟିଭଙ୍ଗୀ ଯୋଗୁଁ ପ୍ରଶଂସକଙ୍କ ମଧ୍ୟରେ ଏବେ ବି ଲୋକପ୍ରିୟ। ଜୀବନ ଦର୍ଶନକୁ ନେଇ ଇନ୍‌ଷ୍ଟାଗ୍ରାମ୍‌‌ରେ ତାଙ୍କର ଧାଡ଼ିକିଆ ଲେଖାକୁ ଅନେକ ସମୟରେ ପ୍ରଶଂସକମାନେ ଅପେକ୍ଷା କରି ରୁହନ୍ତି।

ଆଜି ନିଜର ସିମ୍ପଲ୍‌ ଲୁକ୍‌ ସହ ଏମିତି କିଛି ଧାଡ଼ିକିଆ ଜୀବନ ଦର୍ଶନ ପ୍ରଶଂସକଙ୍କ ସାମ୍‌ନାକୁ ଆସିଛି। ସେ ନିଜର ଏକ ଫଟୋ ସେୟାର କରିବା ସହ ଇନ୍‌ଷ୍ଟାରେ ଲେଖିଛନ୍ତି ‘କୃତଜ୍ଞତ‌ାର ମନୋଭାବ ନେଇ ନିଜର ପ୍ରତିଟି ଦିନ ଆରମ୍ଭ କର’ (ଷ୍ଟାର୍ଟ ଇଚ୍‌ ଡେ’ ୱିଥ୍‌ ଆନ୍‌ ଆଟିଚ୍ୟୁଡ୍‌ ଅଫ୍‌ ଗ୍ରାଟିଚ୍ୟୁଡ୍‌)। କରୋନା ମହାମାରୀର ଏହି ନକରାତ୍ମକ ସମୟରେ କରିସ୍ମାଙ୍କ ଏଭଳି ପଂଙ୍କ୍ତି ନିହାତି ଭାବେ ସକରାତ୍ମକ ଦିଗରେ ଇନ୍ଧନ ଯୋଗାଇବ। କରିସ୍ମାଙ୍କ ଏହି ପୋଷ୍ଟ୍‌ର ମାତ୍ର କେଇ ଘଣ୍ଟା ମଧ୍ୟରେ ଏହାକୁ ୬୬ ହଜାରୁ ଅଧିକ ଲୋକ ଲାଇକ୍‌ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe