ବଲିଉଡ୍‌କୁ ୫୦ବର୍ଷ ଦେବା ପରେ ମଧ୍ୟ ଟୁଇଟ୍‌ କରି ଆମେ ଭୁଲ ଚାକିରିରେ ଅଛୁ ବୋଲି କହିଲେ ଅମିତାଭ ବଚ୍ଚନ, ଜାଣନ୍ତୁ କାରଣ

ବଲିଉଡ୍‌କୁ ୫୦ବର୍ଷ ଦେବା ପରେ ମଧ୍ୟ ଟୁଇଟ୍‌ କରି ଆମେ ଭୁଲ ଚାକିରିରେ ଅଛୁ ବୋଲି କହିଲେ ଅମିତାଭ ବଚ୍ଚନ, ଜାଣନ୍ତୁ କାରଣ

India Today

ମୁମ୍ବାଇ : ବଲିଉଡ୍‌ରେ ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ୫୦ବର୍ଷ ହୋଇ ସାରିଥିଲେ ମଧ୍ୟ ଏବେ ସେ ଭୁଲ ଚାକିରିରେ ଅଛନ୍ତି ବୋଲି କହିଛନ୍ତି । ୫୦ବର୍ଷ ମଧ୍ୟରେ ତାଙ୍କୁ ଦର୍ଶକଙ୍କ ମନରେ ଯେଉଁ ସ୍ଥାନ ମିଳିଛି, ସେଠାରେ ପହଞ୍ଚିବା ସବୁ କଳାକାରଙ୍କର ସ୍ୱପ୍ନ ରହିଥାଏ । କିନ୍ତୁ ଏତେ ଲୋକପ୍ରିୟତା ପରେ ମଧ୍ୟ ଅମିତାଭ ବଚ୍ଚନଙ୍କ ଏଭଳି ଟୁଇଟ୍‌ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ତାଙ୍କର ଏଭଳି ଲେଖିବାର କାରଣ ମଧ୍ୟ ସାମ୍ନାକୁ ଆସିଛି ।

ସୂଚନା ମୁତାବକ, େଓ୍ଵଲ୍‌ଥ କ୍ରାଫ୍ଟର ମାଲିକ ମୟୁର ସେଜପାଲ ଅମାଜନ, ଆପଲ, ଗୁଗଲ, ମାଇକ୍ରୋସପ୍ଟ, ଇଣ୍ଟେଲ, ଫେସବୁକ୍‌ ଏବଂ ନେଟ୍‌ଫ୍ଲିକ୍ସ ପ୍ରତି ଘଣ୍ଟାର ଆୟ ବିଷୟରେ ଟୁଇଟ୍‌ କରି ଜଣାଇଥିଲେ । ଯାହାକୁ ଦେଖି ବିଗ୍‌ ବି ଆମେ ଭୁଲ ଚାକିରିରେ ଅଛୁ ବୋଲି ଲେଖିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe