ଏୟାର ଇଣ୍ଡିଆର ଭୟାବହ ଦୁର୍ଘଟଣା ପରେ ମାନସିକ ଚାପରୁ ବାହାରି ପାରୁ ନାହାନ୍ତି ବିମାନ କର୍ମଚାରୀ

ଜୁନ୍ ୧୨ ତାରିଖରେ ଅହମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରି ଦେଇଥିଲା। ବିଶେଷକରି ଏହି ଘଟଣା ପାଇଲଟମାନଙ୍କୁ ଗଭୀର ଭାବରେ ପ୍ରଭାବିତ କରିଛି।

New Project (31)

ନୂଆଦିଲ୍ଲୀ: ଜୁନ୍ ୧୨ ତାରିଖରେ ଅହମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରି ଦେଇଥିଲା। ବିଶେଷକରି ଏହି ଘଟଣା ପାଇଲଟମାନଙ୍କୁ ଗଭୀର ଭାବରେ ପ୍ରଭାବିତ କରିଛି। ଏହି ଧକ୍କରୁ ଆଜି ଯାଏଁ ବାହାରି ପାରୁ ନାହାନ୍ତି ବିମାନ କର୍ମଚାରୀ।

ଏୟାର ଇଣ୍ଡିଆ ବିମାନର ଭୟାବହ ଦୁର୍ଘଟଣା ପରେ ଏୟାର ଇଣ୍ଡିଆ ପାଇଲଟମାନଙ୍କ ମଧ୍ୟରେ ମାନସିକ ଚାପ ବୃଦ୍ଧି ପାଇଛି। ଦୁର୍ଘଟଣା ପରଠାରୁ ଏୟାର ଇଣ୍ଡିଆ କର୍ମଚାରୀଙ୍କ ଛୁଟି ନେବାର ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି।

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ମାତ୍ର ଚାରି ଦିନ ପରେ ହଠାତ ୧୧୨ଜଣ ପାଇଲଟ ଅସୁସ୍ଥ ହୋଇପଡ଼ିଥିବା ରିପୋର୍ଟ କରିଥିଲେ। ଏଥିମଧ୍ୟରୁ ୬୧ ଜଣ ସହ-ପାଇଲଟ୍  ଏବଂ ୫୧ ଜଣ  ମୁଖ୍ୟ ପାଇଲଟ୍ ସାମିଲ ଥିଲେ। ଏଭଳି ପରିସ୍ଥିତି ଯଦି ଜାରି ରହିବ ତେବେ ଏହା କେବଳ ଏୟାର ଇଣ୍ଡିଆ ପାଇଁ ଚିନ୍ତାର ବିଷୟ ନୁହେଁ, ବରଂ ସମଗ୍ର ବିମାନ ଶିଳ୍ପ ପାଇଁ ଏକ ଗମ୍ଭୀର ସମସ୍ୟା ପାଲଟିଯିବ।

ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି  ସିଭିଲ ଏଭିଏସନ୍ ମହାନିର୍ଦ୍ଦେଶାଳୟ (ଡିଜିସିଏ) ସମସ୍ତ ଏୟାରଲାଇନ୍ସକୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛି। ଡିଜିସିଏ ପରାମର୍ଶ ଦେଇଛି ଯେ ଏୟାରଲାଇନ୍ସ ସେମାନଙ୍କର ବିମାନ କର୍ମଚାରୀ, ଯଥା ପାଇଲଟ୍ ଏବଂ ସହ-ପାଇଲଟ୍ ଏବଂ ଏୟାର ଟ୍ରାଫିକ୍ ନିୟନ୍ତ୍ରକ (ଏଟିସିଓ) ପାଇଁ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସ୍ୱତନ୍ତ୍ର ତାଲିମ ଆରମ୍ଭ କରିବା ଉଚିତ।

ଏହି ତାଲିମର ଉଦ୍ଦେଶ୍ୟ ରହିବ କର୍ମଚାରୀଙ୍କ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଚିହ୍ନଟ କରିବା ଏବଂ ତାହାର ସମାଧାନ କରିବା। ଏହାସହିତ, ଡିଜିସିଏ ବିମାନ କମ୍ପାନିଗୁଡ଼ିକୁ ଏପରି ଏକ ବ୍ୟବସ୍ଥା ସୃଷ୍ଟି କରିବାକୁ ପରାମର୍ଶ ଦେଇଛି ଯେଉଁଥିରେ କର୍ମଚାରୀମାନେ ପରସ୍ପରକୁ ସହଯୋଗ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe