ଆକାଶଙ୍କପରେ ଏହି ନାୟକଙ୍କ ସହ ଆସୁଛନ୍ତି ପୁନମ୍‌

Advertisment
ପୁଣି ଜଣେ ନବାଗତଙ୍କ ସହ ଓଲିଉଡର ଜଣାଶୁଣା ନାୟିକା ପୁନମ୍

Poonam Mishra

ଭୁବନେଶ୍ୱର: ଏଥର ରଜରେ ନଜର ଆସିଲେ ଓଲିଉଡ ନାୟିକା ପୁନମ୍‌ ମିଶ୍ର ‘ଫୋର୍‌ ଇଡିଅଟସ୍‌’ରେ। ଏଥିରେ ତାଙ୍କୁ ଆକାଶଙ୍କ ବିପକ୍ଷରେ ଦେଖିବାକୁ ପାଇଛନ୍ତି ଦର୍ଶକ। ଆକାଶଙ୍କ ପରେ ସେ ତାଙ୍କର ଜଣେ ପୁରୁଣା ଯୋଡିଦାରଙ୍କ ସହ ନଜର ଆସିବେ। ଓଲିଉଡର ଏହି ଜଣାଶୁଣା ଯୋଡି ହେଲେ ବୁଲୁ-ପୁନମ୍‌ ।

ପୁନମ୍‌ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ସିନେମା ‘ବାଇଶି ପାହାଚେ ଖେଳିବ ମୀନ’ ଜରିଆରେ ସିନେ ଜଗତକୁ ଆସିଥିଲେ । ଏଥିରେ ତାଙ୍କର ନାୟକ ଥିଲେ ନବାଗତ ଲଳିତ । ତାପରେ ତାଙ୍କୁ ଦେଖିବାକୁ ମିଳିଥିଲା ହିମାଂଶୁ ପରିଜାଙ୍କ ନିର୍ଦ୍ଦେଶିତ ସିନେମା ‘ଲଭମାଷ୍ଟର’ରେ । ଏଥିରେ ତାଙ୍କୁ ପ୍ରଥମ ଥରଲାଗି ବାବୁସାନଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା । ବୁଲୁଙ୍କ ପ୍ରଥମ ସିନେମା ହେଲା ‘ମା’ମଙ୍ଗଳା’। ତାପରେ ତାଙ୍କୁ ଆଉ କେତୋଟି ଛବିରେ ବି ଦେଖିବାକୁ ମିଳିଛି।

publive-image

ନାୟକ ବୁଲୁ ପୁନମ୍‌ଙ୍କ ସହ ରୋମାନସ୍‌ କରିଥିଲେ ‘ରକଷ୍ଟାର୍‌’ରେ । ଏବେ ଆପଣମାନେ ଭାବୁ ଥାଇ ପାରନ୍ତି ଯେ ଏମାନଙ୍କ ମଧ୍ୟରୁ କାହା ସହ ପୁଣି ରୋମାନସ୍‌ କରୁଛନ୍ତି ପୁନମ୍‌ । ହଁ ସେହି ପୁରୁଣା ପାର୍ଟନରଜଣକ ହେଲେ ବୁଲୁ ଯାହାଙ୍କ ସହ ପୁନମ୍‌ ପୁଣି ଥରେ ରୋମାନସ୍‌ କରୁଛନ୍ତି । ପୁନମ୍‌-ବୁଲୁଙ୍କ ଯୋଡ଼ି ପୁଣି ଥରେ ନଜର ଆସିବେ ମନୋରଞ୍ଜନ ପାଲ୍‌ଙ୍କ ନିର୍ଦ୍ଦେଶିତ ସିନେମା ‘ଫେସବୁକ୍‌’ରେ । ପ୍ରଥମ ଥର ଭଳି ଦ୍ୱିତୀୟ ଥର ଏହି ଯୋଡି ସଫଳ ହେଉଛନ୍ତି କି ନା ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe