‘ଡ୍ରିମ୍‌ ଗର୍ଲ’ର ସଫଳତା ପରେ ନିଜର ପାରିତୋଷିକ ବଢ଼ାଇଲେ ଆୟୁଷ୍ମାନ ଖୁରାନା, ପ୍ରଥମେ ନେଉଥିଲେ ୨କୋଟି, ଆଉ ଏବେ......

Advertisment
‘ଡ୍ରିମ୍‌ ଗର୍ଲ’ର ସଫଳତା ପରେ ନିଜର ପାରିତୋଷିକ ବଢ଼ାଇଲେ ଆୟୁଷ୍ମାନ ଖୁରାନା, ପ୍ରଥମେ ନେଉଥିଲେ ୨କୋଟି, ଆଉ ଏବେ......

amarujala.com

ମୁମ୍ବାଇ : ବଲିଉଡ୍‌ରେ ମାତ୍ର ୭ବର୍ଷ ହେଲା ପାଦ ରଖିଥିଲେ ମଧ୍ୟ ଆଜି ଆୟୁଷ୍ମାନ ଖୁରାନା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଭିନ୍ନ ଭିନ୍ନ ମଜାଦାର କାହାଣୀରେ ନଜର ଆସି ସେ ଦର୍ଶକଙ୍କ ପ୍ରିୟ ଅଭିନେତା ପାଲଟିଛନ୍ତି । ଗୋଟେ ପରେ ଗୋଟେ ସୁପରହିଟ୍‌ ଫିଲ୍ମ ଦେବା ପରେ ଏବେ ସେ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ବନି ପାରିଛନ୍ତିି । କିଛି ଦିନ ତଳେ ତାଙ୍କ ଅଭିନୀତ ଫିଲ୍ମ ଡ୍ରିମ୍‌ ଗର୍ଲ ରିଲିଜ୍‌ ହୋଇଥିଲା । ଫିଲ୍ମରେ ଆୟୁଷ୍ମାନଙ୍କ ଚରିତ୍ରକୁ ଲୋକେ ପସନ୍ଦ କରିବା ସହ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା ଫିଲ୍ମ । ଲଗାତାର ସଫଳତା ମିଳିବା ପରେ ଏବେ ନିଜ ସଫଳତାକୁ ଦେଖି ଆୟୁଷ୍ମାନ ନିଜର ପାରିତୋଷିକ ବଢ଼ାଇଥିବା ଜଣାପଡ଼ିଛି ।

ayushmann khurrana amarujala.com

ପୂର୍ବରୁ ସେ ଗୋଟେ ଫିଲ୍ମ ପାଇଁ ୨କୋଟି ଟଙ୍କା ନେଉଥିଲେ । କିନ୍ତୁ ଏବେ ନିଜ ଫିଲ୍ମର ଚାହିଦାକୁ ଦେଖି ଆୟୁଷ୍ମାନ ଗୋଟେ ଫିଲ୍ମ ପାଇଁ ୧୦କୋଟି ଟଙ୍କା ନେବେ ବୋଲି ଜଣାପଡ଼ିଛି । ୨୦୨୦ରେ ସେ କରିବାକୁ ଯାଉଥିବା ସମସ୍ତ ଫିଲ୍ମ ପାଇଁ ୧୦କୋଟି ଟଙ୍କା ନେବେ ବୋଲି ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe