ଅସ୍ତ୍ରଶସ୍ତ୍ର ଲାଇସେନ୍ସ ମିଳିଥିବା‌ ବେଳେ ବୁଲେଟ୍‌ ପ୍ରୁଫ୍‌ ଗାଡ଼ିରେ ନଜର ଆସିଲେ ସଲ୍‌ମାନ

Advertisment
ଅସ୍ତ୍ରଶସ୍ତ୍ର ଲାଇସେନ୍ସ ମିଳିଥିବା‌ ବେଳେ ବୁଲେଟ୍‌ ପ୍ରୁଫ୍‌ ଗାଡ଼ିରେ ନଜର ଆସିଲେ ସଲ୍‌ମାନ

www.indiatoday.in

ମୁମ୍ବାଇ: ଗତକାଲି ଅଭିନେତା ସଲ୍‌ମାନ ଖାନ୍‌ଙ୍କୁ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ପ୍ରଦାନ କରାଯାଇଥିବା ମୁମ୍ବାଇ ପୁଲିସ୍‌ ସୂଚନା ଦେଇଥିବା ବେଳେ ସଲ୍‌ମାନଙ୍କୁ ଏକ ବୁଲେଟ୍‌ ପ୍ରୁଫ୍‌ ଗାଡ଼ିରେ ଯାଉଥିବାର ଦେଖିବାକୁ ମିଳିଛି। ଗତକାଲି ସଲମାନ୍‌ଙ୍କୁ ମୁମ୍ବାଇର ଏକ ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା। ସେ ସେଠାରେ ଟୟଟା ଲ୍ୟାଣ୍ଡ୍‌ କ୍ରୁଜିୟର୍‌ ଗାଡ଼ିରୁ ବାହାରୁଥିବାର ଦେଖିବାକୁ ମିଳିଥିଲା, ଯାହାର ଦାମ ହେଉଛି ୧.୫ କୋଟି ଟଙ୍କା। ଗାଡ଼ିଟିର ଇଞ୍ଜିନ୍‌ କ୍ୟାପାସିଟି ୪୪୬୧-ସିସି ହୋଇଥିବା ବେଳେ ୨୬୨ ପିଏଚ୍‌ପି ପାୱାର୍‌। ତେବେ ସବୁଠାରୁ ବଡ଼ କଥା ହେଉଛି ଗାଡ଼ିଟି ବୁଲେଟ୍‌ ପ୍ରୁଫ୍‌। ଅର୍ଥାତ, ସଲ୍‌ମାନଙ୍କୁ ଏହା ବନ୍ଧୁକ ଗୁଳିରୁ ସୁରକ୍ଷା ଦେବ।

ନିକଟ ଅତୀତରେ ହତ୍ୟା ଧମକ-ପତ୍ର ପାଇବା ପରେ ଆତ୍ମରକ୍ଷା ନିମନ୍ତେ ଅସ୍ତ୍ରଶସ୍ତ୍ର ଲଇସେନ୍‌ ପାଇଁ ଆବେଦନ କରିଥିଲେ। ଶେଷରେ ସଲ୍‌ମାନଙ୍କୁ ଗତକାଲି ‘ଆର୍ମସ୍‌ ଲାଇସେନ୍‌ସ୍‌’ ପ୍ରଦାନ କରାଯାଇଥିବା କଥା ମୁମ୍ବାଇ ପୁଲିସ କହିଛି। କିନ୍ତୁ, ସେ କେଉଁ ପ୍ରକାରର ଅସ୍ତ୍ର ଖରିଦ କରିପାରିବେ ତାହା ଉକ୍ତ ‘ଲାଇସେନ୍‌ସ୍’ରେ ଉଲ୍ଲେଖ କରାଯାଇନାହିଁ।

ସୂଚନାଯୋଗ୍ୟ, ମେ ୨୯ ତାରିଖରେ ପଞ୍ଜାବର ମନସା ନିକଟରେ ଗାୟକ ସିଦ୍ଧୁ ମୂଷେୱାଲାଙ୍କୁ ଗୁଳି ମାରି ହତ୍ୟା କରାଯିବା ପରେ ପରେ ଅର୍ଥାତ୍‌ ଜୁନ୍‌ ପ୍ରାରମ୍ଭରେ ଅଭିନେତା ସଲ୍‌ମନ୍‌ ଏବଂ ତାଙ୍କ ବାପାଙ୍କୁ ମଧ୍ୟ ହତ୍ୟା ଧମକ ଦିଆଯାଇଥିଲା।

ଗତ ମାସରେ ସଲ୍‌ମନ୍‌ ମୁମ୍ବାଇ ପୁଲିସ କମିସନର୍‌ଙ୍କୁ ଭେଟିବା ପରେ ‘ଲାଇସେନ୍‌ସ୍‌’ ଜାରି କରୁଥିବା କର୍ତ୍ତୃପକ୍ଷ ଆବଶ୍ୟକ ତଦନ୍ତ କରିଥିଲେ। ବନ୍ଧୁକ ‘ଲାଇସେନ୍‌ସ୍‌’ ପାଇବା ପାଇଁ ସେ ଗତ ମାସରେ ମୁମ୍ବାଇ ପୁଲିସ ମୁଖ୍ୟାଳୟକୁ ଯାଇ କମିସନର୍‌ ବିବେକ ଫାନ୍‌ସଲକର୍‌ଙ୍କୁ ଭେଟିଥିଲେ। ନିଜର ଏବଂ ପରିବାରବର୍ଗଙ୍କ ସୁରକ୍ଷା ନିମନ୍ତେ ତାଙ୍କର ବନ୍ଧୁକଟିଏ ଲୋଡ଼ା ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe