ବଲିଉଡରେ ପଶିଲା କରୋନା: କରୀନା, ଅମ୍ରିତାଙ୍କ ପରେ ମାହିପ କପୁର ଓ ସୀମା ଖାନ କରୋନା ସଂକ୍ରମିତ

Advertisment
ବଲିଉଡରେ ପଶିଲା କରୋନା: କରୀନା, ଅମ୍ରିତାଙ୍କ ପରେ ମାହିପ କପୁର ଓ ସୀମା ଖାନ କରୋନା ସଂକ୍ରମିତ

ମୁମ୍ବାଇ: ପୁଣି ବଲିଉଡରେ ପ୍ରବେଶ କରିଛି କରୋନା । ଗତକାଲି ଅଭିନେତ୍ରୀ କରୀନା କପୁର ଓ ଅମ୍ରିତା ଅରୋରା କରୋନା ଆକ୍ରାନ୍ତ ବୋଲି ଜଣାପଡିବା ପରେ ଏବେ ଅଭିନେତା ସଞ୍ଜୟ କପୁର ଓ ସୋହେଲ ଖାନଙ୍କ ପତ୍ନୀ ମାହିପ କପୁର ଓ ସୀମା ଖାନ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ରିପୋର୍ଟ ପଜିଟିଭ ଆସିବା ପରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଟ୍ରାକ୍ କରିବା ଜାରି ରଖିଛି ବିଏମସି ।

ସୀମା ଖାନ୍ ଓ ମାହିପଙ୍କଠାରେ କରୋନାର ମଧ୍ୟମ ଲକ୍ଷଣ ଦେଖାଦେବା ପରେ ଦୁହେଁ ପରୀକ୍ଷା କରାଇଥିଲେ। ପରୀକ୍ଷା ପରେ ଏବେ ରିପୋର୍ଟ ପଜିଟିଭ ଆସିଛି । ତେବେ ଏମାନେ ପୂର୍ବରୁ ଏକ ପାର୍ଟିରେ ଯୋଗ ଦେଇଥିବାରୁ ଏମାନଙ୍କୁ ସୁପରସ୍ପ୍ରେଡର ବୋଲି କୁହାଯାଉଛି ଓ ବଲିଉଡରେ ଏକରକମ୍ ଛନକା ପଶିଛି । ଏପରିକି କରୀନାଙ୍କ ବାସଭବନକୁ ସିଲ କରିଦେଇଛି ବିଏମସି ।

ସୂଚନା ମୁତାବକ, ୩ ଦିନ ତଳେ କରୀନା, ଭଉଣୀ କରିସ୍ମା କପୁରଙ୍କ ସହ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଏକ ପାର୍ଟିରେ ଯୋଗ ଦେଇଥିଲେ। ଫିଲ୍ମ ‘କଭି ଖୁସି କଭି ଗମ୍‌’ର ୨୦ ବର୍ଷ ପୂର୍ତ୍ତି ଅବସରରେ ଏହି ପାର୍ଟିର ଆୟୋଜନ ହୋଇଥିଲା। ଏହି ପାର୍ଟିରେ ଅମ୍ରିତା ଅରୋରା ମଧ୍ୟ ଯୋଗ ଦେଇଥିଲେ। କରଣଙ୍କ ପାର୍ଟି ପରେ ଦୁହେଁ ଅନିଲ କପୁରଙ୍କ ଝିଅ ରିୟା କପୁରଙ୍କ ପାର୍ଟିରେ ମଧ୍ୟ ସାମିଲ ହୋଇଥିଲେ। ଏହି ପାର୍ଟିରେ ଅନେକ ସେଲିବ୍ରିଟି ମଧ୍ୟ ସାମିଲ ହୋଇଥିବା ଜଣାପଡ଼ିଥିଲା। ଏହାପରେ ଏହି ୨ଅଭିନେତ୍ରୀ ପଜିଟିଭ ଚିହ୍ନଟ ହୋଇଥିଲେ।  ଏହାକୁ ଦେଖି ବଲିଉଡରେ କରୋନା ପଜିଟିଭ ତାଲିକା ବଢ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe