ପପୁଙ୍କ ପରେ ହରି

Advertisment

ଓଲିଉଡ୍‌ର ଦୁଇ ଲୋକପ୍ରିୟ ହାସ୍ୟାଭିନେତା ହରିହର ମହାପାତ୍ର ଓରଫ ହରି ଓ ତତ୍ତ୍ବପ୍ରକାଶ ଶତପଥୀ ଓରଫ୍‌ ପପୁ ପମ୍‌ପମ୍ ଏବେ ଗୋଟିଏ କ୍ଲବ୍‌ରେ ସାମିଲ୍‌ ହୋଇଛନ୍ତି। ଦୁହେଁ ହାସ୍ୟାଭିନେତା ଭାବେ କ୍ୟାରିୟର୍‌ ଆରମ୍ଭ କରିଥିଲେ ହେଁ ପରବର୍ତ୍ତୀ....

ଓଲିଉଡ୍‌ର ଦୁଇ ଲୋକପ୍ରିୟ ହାସ୍ୟାଭିନେତା ହରିହର ମହାପାତ୍ର ଓରଫ ହରି ଓ ତତ୍ତ୍ବପ୍ରକାଶ ଶତପଥୀ ଓରଫ୍‌ ପପୁ ପମ୍‌ପମ୍ ଏବେ ଗୋଟିଏ କ୍ଲବ୍‌ରେ ସାମିଲ୍‌ ହୋଇଛନ୍ତି। ଦୁହେଁ ହାସ୍ୟାଭିନେତା ଭାବେ କ୍ୟାରିୟର୍‌ ଆରମ୍ଭ କରିଥିଲେ ହେଁ ପରବର୍ତ୍ତୀ....

dgdgdgdg

ଓଲିଉଡ୍‌ର ଦୁଇ ଲୋକପ୍ରିୟ ହାସ୍ୟାଭିନେତା ହରିହର ମହାପାତ୍ର ଓରଫ ହରି ଓ ତତ୍ତ୍ବପ୍ରକାଶ ଶତପଥୀ ଓରଫ୍‌ ପପୁ ପମ୍‌ପମ୍ ଏବେ ଗୋଟିଏ କ୍ଲବ୍‌ରେ ସାମିଲ୍‌ ହୋଇଛନ୍ତି। ଦୁହେଁ ହାସ୍ୟାଭିନେତା ଭାବେ କ୍ୟାରିୟର୍‌ ଆରମ୍ଭ କରିଥିଲେ ହେଁ ପରବର୍ତ୍ତୀ ସମୟରେ ବେଶ୍‌ କେତୋଟି ସିନେମାରେ ନାୟକ ଭୂମିକାରେ ବି ଅବତୀର୍ଣ୍ଣ ହୋଇଛନ୍ତି। ହରି ‘ରୁମ୍‌କୁ ଝୁମାନା’, ‘ଧୋରେ ବାବୁ ଧୋ’ ଓ ‘ଭଗିଆ ଭାରିଯା’  ଏବଂ ପପୁ ‘ରଙ୍ଗିଲା ଟୋକା’, ‘ଚଉକାଛକା’, ‘ଆମେ ତ ଟୋକା ଷଣ୍ଢ ମାର୍କା’, ‘ଗାଁର ନାଆଁ ଗାଲୁଆପୁର’ ଓ ‘ଡଷ୍ଟ୍‌ବିନ୍’ ଭଳି ଛବିରେ ନାୟକ ଭାବେ ଦର୍ଶକଙ୍କ ସାମ୍ନାକୁ ଆସିଛନ୍ତି। 

ପପୁ ଆଉ ପାଦେ ଆଗକୁ ଯାଇ ଚଳିତବର୍ଷ ନିର୍ଦ୍ଦେଶକ ତାଲିକାରେ ନିଜର ନାମ ସାମିଲ କରିଛନ୍ତି। ତାଙ୍କ ନିର୍ଦ୍ଦେଶିତ ପ୍ରଥମ ସିନେମା ‘ଡଷ୍ଟ୍‌ବିନ୍’ ଚଳିତବର୍ଷ ମୁକ୍ତିଲାଭ କରିଛି। ଏବେ ସେହି ତାଲିକାଭୁକ୍ତ ହୋଇଛନ୍ତି ହରି। ସେ ଅଭିନେତା, କାହାଣୀକାର ଓ ସଂଳାପକାର ହେବା ପରେ ନିର୍ଦ୍ଦେଶକ ଭୂମିକା ବି ତୁଲାଇଛନ୍ତି। ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ସିନେମାର ଶୀର୍ଷକ ହେଲା ‘ଆଇ ଆମ୍ କାଳିଆ’। ଏହି ସିନେମାରେ ସେ ନାୟକ ଭୂମିକାରେ ବି ନଜର ଆସିବେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୁଷ୍ପା ପଣ୍ଡା, କୁନା ତ୍ରିପାଠୀ ଓ ସାତ୍ୟକୀ ମିଶ୍ରଙ୍କୁ ବି ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ମିଳିବ। ସେ ଏହାର ଚିତ୍ରନାଟ୍ୟ ଓ ସଂଳାପ ମଧ୍ୟ ରଚନା କରିଛନ୍ତି। ‘ଆଇ ଆମ୍ କାଳିଆ’ର ସମସ୍ତ କାମ ସରିଛି, କେବଳ ରିଲିଜ୍‌କୁ ଅପେକ୍ଷା। ଦେଖାଯାଉ ଅଭିନେତା ଭାବେ ନିଜର ଦକ୍ଷତା ପ୍ରତିପାଦିତ କରିଥିବା ହରି ନିର୍ଦ୍ଦେଶକ ସାଜି କମାଲ୍ କରୁଛନ୍ତି କି ନା! ସ୍ମରଣଯୋଗ୍ୟ, ୧୯୮୩ରେ ମୁକ୍ତିପ୍ରାପ୍ତ ଚର୍ଚ୍ଚିତ ଓଡ଼ିଆ ଛବି ‘ଭକ୍ତ ସାଲବେଗ’ର ନିର୍ଦ୍ଦେଶନା ଦେଇଥିଲେ ସେ ସମୟର ଆଗଧାଡ଼ିର ହାସ୍ୟାଭିନେତା 
ରାଧା ପଣ୍ଡା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe