ରାହୁଲ ବୋଷଙ୍କ ପରେ ଏବେ ସଂଗୀତ ନିର୍ଦ୍ଦେଶକ ଶେଖର: ୩ଟି ଅଣ୍ଡା ପାଇଁ ୧୬୭୨ଟଙ୍କା ଦେଇ ସେୟାର କଲେ ବିଲ୍

Advertisment
ରାହୁଲ ବୋଷଙ୍କ ପରେ ଏବେ ସଂଗୀତ ନିର୍ଦ୍ଦେଶକ ଶେଖର: ୩ଟି ଅଣ୍ଡା ପାଇଁ ୧୬୭୨ଟଙ୍କା ଦେଇ ସେୟାର କଲେ ବିଲ୍

TellyChakkar

ଅହମଦାବାଦ୍: କିଛି ମାସ ତଳେ ବଲିଉଡ ଅଭିନେତା ରାହୁଲ ବୋଷ ଚଣ୍ଡିଗଡ଼ର ଏକ ପଞ୍ଚ ତାରକା ହୋଟେଲ ବିରୋଧରେ ସ୍ବର ଉଠାଇଥିଲେ। ଦୁଇଟି କଦଳୀ ପାଇଁ ହୋଟେଲଟି ୪୪୨ଟଙ୍କା ନେଇଥିବାରୁ ଏହାକୁ ଅତ୍ୟଧିକ ବୋଲି କହି ସୋସିଆଲ ମିଡିଆରେ ବିଲ୍ ସେୟାର କରିଥିଲେ ରାହୁଲ। ଯାହା ପରେ କ’ଣ ପାଇଁ ପଞ୍ଚ ତାରକା ହୋଟେଲରେ ଏତେ ଅଧିକ ଟଙ୍କା ନିଆଯାଉଛି, ତାହାର ଖୋଳତାଡ଼ ଆରମ୍ଭ କରିଥିଲେ ସରକାର । ଏବେ ପୁଣି ସେଭଳି ଏକ ଘଟଣା ସାମ୍ନାକୁ ଆସିଛି। ବଲିଉଡର ଜଣାଶୁଣା ସ୍ବର ସଂଯୋଜକ ଶେଖର ରବଜିଆନି ଅହମଦାବାଦର ଏକ ପଞ୍ଚ ତାରକା ହୋଟେଲରେ ୩ଟି ଅଣ୍ଡା ପାଇଁ ୧୬୪୨ଟଙ୍କା ଦେଇଛନ୍ତି।

ଯାହାର ବିଲ୍ ସେ ଟୁଇଟ୍ କରିବା ସହ କ୍ୟାପସନରେ ଲେଖିଛନ୍ତି, ୩ଟି ଅଣ୍ଡା ପାଇଁ ୧୬୭୨ଟଙ୍କା??? ତାହା ଏକ ଅତ୍ୟଧିକ ଭୋଜନ ଥିଲା। ଶେଖରଙ୍କ ଏଭଳି ଟୁଇଟ୍ ପରେ ଅନେକ ନିଜର ମତ ରଖିଥିବା ବେଳେ କଣ୍ଠଶିଳ୍ପୀ ହର୍ଷଦୀପ୍ କୌର୍ ପଚାରିଥିବା ପ୍ରଶ୍ନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ହର୍ଷଦୀପ୍ ଶେଖରଙ୍କ ଟୁଇଟରେ କମେଣ୍ଟ କରି ଲେଖିଛନ୍ତି କି, ଅର୍ଡର ଦେବା ପୂର୍ବରୁ ଆପଣ ମେନ୍ୟୁ ଦେଖନ୍ତି ନାହିଁ କି? ତେବେ ଏହା ପ୍ରଥମ ନୁହେଁ ଏଭଳି ଅନେକ ମାମଲା ପୂର୍ବରୁ ସାମ୍ନାକୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe