ରଶ୍ମିକାଙ୍କ ପରେ ମୁମ୍ବାଇରେ ଏତେ କୋଟି ଟଙ୍କାର ଘର କିିଣିଲେ ସାମନ୍ଥା

Advertisment
ରଶ୍ମିକାଙ୍କ ପରେ ମୁମ୍ବାଇରେ ଏତେ କୋଟି ଟଙ୍କାର ଘର କିିଣିଲେ ସାମନ୍ଥା

Pinkvilla

ମୁମ୍ବାଇ: ସାଉଥ ସୁପରଷ୍ଟାର ସାମନ୍ଥା ରୁଥ ପ୍ରଭୁ ତାଙ୍କ ବୃତ୍ତିଗତ ଜୀବନ ସହ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିଛି ଦିନ ହେଲାଣି ସେ ମାୟୋସିଟିସ୍ ରୋଗ ସହ ଲଢ଼ୁଥିବା ଖବରକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଅଭିନେତ୍ରୀ କିଭଳି ସାହସର ସହ ଏହି ରୋଗ ଲଢ଼ୁଛନ୍ତି, ତାହାର ଅନେକ ଝଲକ ସେ ନିଜ ପ୍ରଶଂସକଙ୍କୁ ଦେଖାଇଛନ୍ତି।

ଏଥିପାଇଁ ତାଙ୍କୁ ଟ୍ରୋଲ ମଧ୍ୟ କରାଯାଇଛି। ମାୟୋସିଟିସ୍ ପାଇଁ ସେ ନିଜ ଚମକ ହରାଇଥିବା କଥା ଲୋକେ କହୁଥିଲେ ବି ଅଟକି ନାହାନ୍ତି ସାମନ୍ଥା। ଏବେ ସଫଳତାର ସିଢ଼ି ଚଢ଼ୁଥିବା ସାମନ୍ଥା ମୁମ୍ବାଇରେ ନିଜ ପାଇଁ ଏକ ଘର କିଣିଥିବା ଜଣାପଡ଼ିଛି। ସାଉଥରେ କମାଲ କରିବା ପରେ ଏବେ ବଲିଉଡ ମୁହାଁ ହୋଇଛନ୍ତି ସାମନ୍ଥା। ବଲିଉଡ ପ୍ରୋଜେକ୍ଟ ପାଇଁ ତାଙ୍କୁ ମୁମ୍ବାଇରେ ରହିବାକୁ ପଡ଼ୁଥିବାରୁ ଏବେ ସେ ମୁମ୍ବା‌ଇରେ ଘର କିଣିଛନ୍ତି। ପ୍ରାୟ ୧୫କୋଟି ଟଙ୍କା ମୂଲ୍ୟରେ ସେ ଘର କିଣିଥିବା ଜଣାପଡ଼ିଛି।

ସାମନ୍ଥା ଏବେ ନିଜର ଆଗାମୀ ବଲିଉଡ ପ୍ରେ‌ାଜେକ୍ଟ ସିଟାଡେଲର ସୁଟିଂକୁ ନେଇ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନଜର ଆସିବେ ବଲିଉଡ ଅଭିନେତା ବରୁଣ ଧୱନ। ମାୟୋସିଟିସ୍ ପାଇଁ ସେ ଏହି ଫିଲ୍ମରୁ ବାଦ୍ ପଡ଼ିବେ ବୋଲି ଚର୍ଚ୍ଚା ହେଉଥିବା ବେ‌ଳେ ସୁଟିଂ ଆରମ୍ଭ କରି ସମସ୍ତଙ୍କ ମୁହଁ ବନ୍ଦ କରିଛନ୍ତି ସାମନ୍ଥା। ତେବେ ସାମନ୍ଥାଙ୍କ ପୂର୍ବରୁ ସାଉଥ ସୁପରଷ୍ଟାର ରଶ୍ମିକା ମନ୍ଦାନା ମଧ୍ୟ ମୁମ୍ବାଇରେ ଘର କିଣିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe