ହୃଦ୍‌ଘାତରେ ଶେଫାଳୀଙ୍କ ମୃତ୍ୟୁ; ବଟକ୍ସକୁ ବିରୋଧ କଲେ ଅଭିନେତ୍ରୀ କରୀନା କପୁର୍‌

Advertisment

ଆଣ୍ଟି-ଏଜିଂ ଔଷଧ ବଟକ୍ସ ବିରୋଧରେ ନିଜର ମତ ରଖିଛନ୍ତି ଅଭିନେତ୍ରୀ କରୀନା କରୀନା କପୁର ୪୨ ବର୍ଷ ବୟସରେ ଅଭିନେତ୍ରୀ ତଥା ମଡେଲ ଶେଫାଳୀ ଜରିୱାଲାଙ୍କ ହଠାତ୍ ମୃତ୍ୟୁ ପରେ କସମେଟିକ୍ ପ୍ରକ୍ରିୟା ଉପରେ ତାଙ୍କର ମତାମତ ସେୟାର କରିଛନ୍ତି।

ଆଣ୍ଟି-ଏଜିଂ ଔଷଧ ବଟକ୍ସ ବିରୋଧରେ ନିଜର ମତ ରଖିଛନ୍ତି ଅଭିନେତ୍ରୀ କରୀନା କରୀନା କପୁର ୪୨ ବର୍ଷ ବୟସରେ ଅଭିନେତ୍ରୀ ତଥା ମଡେଲ ଶେଫାଳୀ ଜରିୱାଲାଙ୍କ ହଠାତ୍ ମୃତ୍ୟୁ ପରେ କସମେଟିକ୍ ପ୍ରକ୍ରିୟା ଉପରେ ତାଙ୍କର ମତାମତ ସେୟାର କରିଛନ୍ତି।

e2111e75-31cf-454e-8969-806b0f24f12a

ନୂଆଦିଲ୍ଲୀ: ୪୨ ବର୍ଷୀୟ ଅଭିନେତ୍ରୀ ତଥା ମଡେଲ୍‌ ଶେଫାଳୀ ଜରିୱାଲାଙ୍କ ଅଚାନକ ମୃତ୍ୟୁ ପରେ ପୂରା ବଲିଉଡ୍‌ ଇଣ୍ଡଷ୍ଟ୍ରି ସ୍ତବ୍ଧ। ଯଦିଓ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି, ତେବେ ତାଙ୍କ ଘରୁ ଜବତ ବାକ୍ସରୁ ଏକ ସାଂଘାତିକ ସୁରାକ୍‌ ମିଳିଛି।  ଜଣେ ଅଧିକାରୀ କହିଛନ୍ତି ଯେ ଜରିୱାଲା ଚର୍ମ ଚିକ୍କଣ ଦେଖାଯିବା ଓ ବୟସ କମ୍ ଦେଖାଯିବା (ଆଣ୍ଟି-ଏଜିଂ) ଔଷଧ ବ୍ୟବହାର କରୁଥିଲେ। ଜବତ ବାକ୍ସରେ ଆଣ୍ଟି-ଏଜିଂ ମେଡିସିନ୍ (ଗ୍ଲୁଟାଥିଓନ୍) ଓ ସ୍କିନ୍ ଗ୍ଲୋ ଔଷଧ ରହିଥିଲା। ଅଧିକାରୀମାନେ ଆହୁରି କହିଛନ୍ତି ଯେ, ସେମାନେ ଡାକ୍ତରଙ୍କ ସହ କଥା ହୋଇଥିଲେ ଏବଂ ସେ ଖାଉଥିବା ଔଷଧ ବିଷୟରେ ବିବରଣୀ ପ୍ରଦାନ କରିଥିଲେ।

ତେବେ ଏହି ଆଣ୍ଟି-ଏଜିଂ ଔଷଧ ବଟକ୍ସ ବିରୋଧରେ ନିଜର ମତ ରଖିଛନ୍ତି ଅଭିନେତ୍ରୀ କରୀନା କପୁର୍‌। କରୀନା କପୁର ୪୨ ବର୍ଷ ବୟସରେ ଅଭିନେତ୍ରୀ ତଥା ମଡେଲ ଶେଫାଳୀ ଜରିୱାଲାଙ୍କ ହଠାତ୍ ମୃତ୍ୟୁ ପରେ କସମେଟିକ୍ ପ୍ରକ୍ରିୟା ଉପରେ ତାଙ୍କର ମତାମତ ସେୟାର କରିଛନ୍ତି।

ଶେଫାଳୀଙ୍କ ଦ୍ୱାରା ବାର୍ଦ୍ଧକ୍ୟ ବିରୋଧୀ ଚିକିତ୍ସା ବ୍ୟବହାର ନେଇ ଚର୍ଚ୍ଚା ମଧ୍ୟରେ କରୀନା କପୁର (୪୪) କହିଛନ୍ତି ଯେ ସେ ବୋଟକ୍ସ ବିରୋଧରେ।

ବରଖା ଦତ୍ତଙ୍କ ସହିତ ଏକ ସାକ୍ଷାତକାରରେ, ସେ କହିଥିଲେ, "ମୁଁ ବଟକ୍ସ ବିରୋଧରେ। ମୁଁ ପ୍ରାକୃତିକ ଚିକିତ୍ସାକୁ ସମର୍ଥନ କରୁଛି। ଯୁବା ଦିଶିବା ପାଇଁ ଔଷଧ ବ୍ୟବହାର କରିବାକୁ ସମର୍ଥନ କରୁନାହିଁ।’’

ପୁଲିସ ଅଧିକାରୀଙ୍କ ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ହୃଦଘାତ ଯୋଗୁ ଶେଫାଳୀ ଜରିୱାଲାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ତାଙ୍କ ମୃତ୍ୟୁ "ନିମ୍ନ ରକ୍ତଚାପ, ହୃଦଘାତ ଏବଂ ଗ୍ୟାଷ୍ଟ୍ରିକ୍" ଯୋଗୁ ହୋଇଥିଲା, କିନ୍ତୁ ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe