ନିଜର ଏହି ସୁପରହିଟ୍‌ ସିନେମାର ସିକ୍ୱେଲପାଇଁ ରାଜି ହେଲେ ସଲମାନ୍‌ ଖାନ୍‌

ନିଜର ଏହି ସୁପରହିଟ୍‌ ସିନେମାର ସିକ୍ୱେଲପାଇଁ ରାଜି ହେଲେ ସଲମାନ୍‌ ଖାନ୍‌

ମୁମ୍ବାଇ: ସଲମାନ୍‌ ଖାନ୍‌ ଏବେ ତାଙ୍କର ଆଗାମୀ ଫିଲ୍ମ‘ଭାରତ୍‌’ର ସୁଟିଂ ଲାଗି ବ୍ୟସ୍ତ ଅଛନ୍ତି। ଏଥିରେ ତାଙ୍କ ବିପକ୍ଷରେ ଅଛନ୍ତି ପ୍ରିୟଙ୍କା ଚୋପ୍ରା। ଏହାଛଡ଼ା ଏଥିରେ ଦିଶା ପଟାନୀଙ୍କୁ ବି ଦେଖିବାକୁ ମିଳିବ। କୈଫ୍‌। ତେବେ ଚର୍ଚ୍ଚା ଚାଲିଛି ଯେ ସଲମାନ୍‌ ଖାନ୍‌ ତାଙ୍କର ଏକ ସୁପରହିଟ୍‌ ସିନେମାର ସିକ୍ୱେଲରେ କାମ କରିବାକୁ ରାଜି ହୋଇଛନ୍ତି। ହଁ ଏହି ସିନେମା ହେଲା ‘ଟାଇଗର୍‌ ଜିନ୍ଦାହେ’ର ସିକ୍ୱେଲ।

publive-image

ଫିଲ୍ମଟି ଆଗାମୀ ବର୍ଷ ଫ୍ଲୋରକୁ ଯିବ ବୋଲ ଶୁଣିବାକୁ ମିଳୁଛି। ଏହା ଅବଶ୍ୟ ଭିନ୍ନ କଥା ଯେ ଏଯାବତ୍‌ ପ୍ରଯୋଜନା ସଂସ୍ଥା ପକ୍ଷରୁ ଏସଂପର୍କରେ କୌଣସି ବିଧିବଦ୍ଧ ଘୋଷଣା କରି ନାହାନ୍ତି । ତେବେ ଏହି ସିନେମାରେ ପୁଣି ଥରେ ସଲମାନଙ୍କ ନାୟିକା ବନିବେ କାଟ୍ରିନା କୈଫ୍‌। ଆହୁରି ମଧ୍ୟ କୁହାଯାଉଛି କି ଏହା ୨୦୨୦ରେ ରିଲିଜ୍‌ ହେବ। ‘ଟାଇଗର ଜିନ୍ଦାହେ’ଏକ ସତ୍ୟ ଘଟଣା ଉପରେ ଥିଲା। ଏହି ସିରିଜ୍‌ ର ପ୍ରଥମ ସିନେମା ଏକ୍‌ ଥା ଟାଇଗର୍‌ ୨୦୧୨ରେ ରିଲିଜ୍‌ ହୋଇଥିଲା ଯାହା ସୁପରହିଟ୍‌ ମଧ୍ୟ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe