Advertisment

ସନ୍ନିଙ୍କ ପରେ ପଶ୍ଚିମବଙ୍ଗର ଏକ କଲେଜର‌ ମେରିଟ୍‌ ତାଲିକାରେ ନେହା କକ୍କଡଙ୍କ ନାମ

Advertisment
ସନ୍ନିଙ୍କ ପରେ ପଶ୍ଚିମବଙ୍ଗର ଏକ କଲେଜର‌ ମେରିଟ୍‌ ତାଲିକାରେ ନେହା କକ୍କଡଙ୍କ ନାମ

Twitter

ମୁମ୍ବାଇ: ସନ୍ନି ଲିଓନିଙ୍କ ପ‌ରେ ଏବେ ଏକ କଲେଜ୍‌ର ମେରିଟ୍‌ ତାଲିକାରେ ଦେଖିବାକୁ ମିଳିଛି କଣ୍ଠଶିଳ୍ପୀ ନେହା କକ୍କଡଙ୍କ ନାମ। ପଞ୍ଚିମବଙ୍ଗର ମାଲଦା ଜିଲ୍ଲାର ଏକ କଲେଜ୍‌ ମେରିଟ୍‌ ତାଲିକା‌ରେ ନେହାଙ୍କ ନାମ ଦେଖିବାକୁ ମିଳିଛି। ତାଲିକା ଅନୁସାରେ ନେହା ମାଣିକଚାକ୍ କଲେଜରେ କଳା ବିଭାଗରେ ଶୀର୍ଷ ସ୍ଥାନରେ ରହିଛନ୍ତି। ଏହାବ୍ୟତୀତ ତାଙ୍କ ନାମ ଏହି କଲେଜର ଶିକ୍ଷା ଏବଂ ଇଂରାଜୀ ସମ୍ମାନର ମେରିଟ୍ ତାଲିକାରେ ମଧ୍ୟ ଶୀର୍ଷରେ ରହିଛି।

ଏ ନେଇ କଲେଜ୍‌ କର୍ତ୍ତୃପକ୍ଷ କହିଛନ୍ତି ଶୁକ୍ରବାର ଦିନ ପ୍ରଥମ ମେରିଟ୍ ତାଲିକା ପ୍ରକାଶ ପାଇବା ପରେ ସେମାନେ ଗାୟିକାଙ୍କ ନାମ ଦେଖିଥିଲେ ଏବଂ ପରେ ଏହାକୁ ସଂଶୋଧନ କରି ଦିଆଯାଇଛି।

publive-image zeenews.india.com

ସେ ଆହୁରି ବି କହିଛନ୍ତି କି "ଆମେ ସ୍ଥାନୀୟ ପୁଲିସ୍‌ ଷ୍ଟେସନ ଏବଂ ପଶ୍ଚିମବଙ୍ଗ ପୁଲିସର‌ ସାଇବର କ୍ରାଇମ ସେଲରେ ଅଭିଯୋଗ ଦାଖଲ କରିଛୁ। ଏହା ଉଚ୍ଚଶିକ୍ଷା ବ୍ୟବସ୍ଥା ତଥା ଅନଲାଇନରେ ଆଡମିସନ ପ୍ରକ୍ରିୟାକୁ ନୀଚା ଦେଖାଇବାକୁ ଚାହୁଁଥିବା କିଛି ଲୋକଙ୍କ ମନ୍ଦ ବୁଦ୍ଧି।’’

ଉଲ୍ଲେଖଯୋଗ୍ୟ, କିଛି ଦିନ ପୂର୍ବରୁ ଅଭିନେତ୍ରୀ ସନ୍ନି ଲିଓନିଙ୍କ ନାମ କୋଲକାତାର ଆଶୁତୋଷ କଲେଜର ମେରିଟ ତାଲିକାରେ ସ୍ଥାନ ପାଇଥିଲା। ପରେ କଲେଜ କର୍ତ୍ତୃପକ୍ଷ କୋଲକାତା ପୁଲିସ୍‌ର ସାଇବର ସେଲରେ ଅଭିଯୋଗ କରିଥିଲେ। ଆଶୁତୋଷ କଲେଜ ବ୍ୟତୀତ ସନ୍ନିଙ୍କ ନାମ ପଶ୍ଚିମବଙ୍ଗର ଅନ୍ୟ ଦୁଇଟି କଲେଜର ମେରିଟ୍ ତାଲିକାରେ ମଧ୍ୟ ସ୍ଥାନ ପାଇଥିବାର ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe