ନୂଆଦିଲ୍ଲୀ: ଶାହରୁଖ ଖାନଙ୍କ ଫିଲ୍ମ 'ପଠାନ'ର ଟ୍ରେଲର ରିଲିଜ ହୋଇଛି। ଏହି ଟ୍ରେଲର ହିନ୍ଦୀ ସମେତ ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରରେ ଶାହରୁଖଙ୍କ ସମେତ ଦୀପିକା ପାଦୁକୋନ ଏବଂ ଜନ୍ ଅବ୍ରାହମ୍ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଏବଂ ଏହି ଚଳଚ୍ଚିତ୍ରଟି ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି।
ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ୍’ର ତାମିଲ ଟ୍ରେଲର ତଲପତି ବିଜୟଙ୍କ ଦ୍ୱାରା ରିଲିଜ ହୋଇଥିବାବେଳେ ତେଲୁଗୁ ଟ୍ରେଲରକୁ ରାମ ଚରଣ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହିପରି ଭାବରେ ଶାହରୁଖ ଖାନ ଟୁଇଟ୍ କରି ଦକ୍ଷିଣର ଦୁଇ ସୁପରଷ୍ଟାରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ତଲପତି ବିଜୟଙ୍କୁ କୃତଜ୍ଞତା ଜଣାଇ ଶାହରୁଖ ଖାନ ଲେଖିଛନ୍ତି, ' ଧନ୍ୟବାଦ ମୋର ବନ୍ଧୁ ବିଜୟ । ଆପଣ ଏହି କାରଣରୁ ତଲପତି, ଶୀଘ୍ର ଏକ ସ୍ବାଦ୍ଦିଷ୍ଟ ଭୋଜନ ପର୍ବରେ ଦେଖା ହେବ। ତୁମକୁ ଭଲପାଏ।' ଏଥି ସହିତ ରାମ ଚରଣଙ୍କୁ ଧନ୍ୟବାଦ ଜଣାଇ ଶାହରୁଖ କହିଛନ୍ତି, ' ଧନ୍ୟବାଦ ମୋର ମେଗା ପାୱାର ତାରକା ରାମ ଚରଣ, ତୁମକୁ ଭଲପାଏ ।’
Follow Us