ଯେଉଁ ଫ୍ଲାଟରୁ ସୁଶାନ୍ତ ସିଂହ ରାଜପୁତଙ୍କ ମୃତଦେହ ଉଦ୍ଧାର ହୋଇଥିଲା ସେହି ଘରକୁ କିଣିଲେ 'ଦ କେରଳ ଷ୍ଟୋରି' ଅଭିନେତ୍ରୀ

Advertisment
ଯେଉଁ ଫ୍ଲାଟରୁ ସୁଶାନ୍ତ ସିଂହ ରାଜପୁତଙ୍କ ମୃତଦେହ ଉଦ୍ଧାର ହୋଇଥିଲା ସେହି ଘରକୁ କିଣିଲେ 'ଦ କେରଳ ଷ୍ଟୋରି' ଅଭିନେତ୍ରୀ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଏହା ଭିତରେ ୩ ବର୍ଷ ବିତିଗଲାଣି। ହେଲେ ଏବେ ବି ଲୋକଙ୍କ ମନରେ ସେ ଘର କରି ରହିଛନ୍ତି, ‘ଏମ୍‌ ଏସ୍‌ ଧୋନୀ: ଦ ଅନ୍‌ଟୋଲ୍ଡ ଷ୍ଟୋରି’ର ସଫଳ ଅଭିନେତା।

'ଦ କେରଳ ଷ୍ଟୋରି' ଫିଲ୍ମ ଜରିଆରେ ପ୍ରତ୍ୟେକ ଘରେ ଲୋକପ୍ରିୟ ପାଲଟିଥିବା ଅଭିନେତ୍ରୀ ଅଦା ଶର୍ମାଙ୍କ ବିଷୟରେ ଏବେ ଏକ ବଡ଼ ଖବର ହସ୍ତଗତ ହୋଇଛି। ମିଡିଆ ରିପୋର୍ଟରେ ଦର୍ଶାଯାଇଛି ଯେ ଅଭିନେତ୍ରୀ ଅଦା ଶର୍ମା ମୁମ୍ବାଇରେ ସୁଶାନ୍ତ ସିଂହ ରାଜପୁତ ରହୁଥିବା ଫ୍ଲାଟକୁ କିଣିଛନ୍ତି। ୨୦୨୦ ମସିହାରେ ସୁଶାନ୍ତ ସିଂହ ରାଜପୁତ ଏହି ଘରେ ଆତ୍ମହତ୍ୟା କରିଥିଲେ। ‌ତେବେ ତାଙ୍କ ପରିବାର ଲୋକ ଓ ପ୍ରିୟଜନ ଏହାକୁ ହତ୍ୟା ବୋଲି ଅଭିଯୋଗ କରନ୍ତି । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘର ଅନେକ ଥର ହେଡଲାଇନରେ ରହିସାରିଛି।

‘ଦ କେରଳ ଷ୍ଟୋରି’ର ସଫଳତା ପରେ ଅଦା ଶର୍ମାଙ୍କ କ୍ୟାରିୟର ବେଶ୍‌ ଭଲ ଚାଲିଛି। ନିକଟରେ ତାଙ୍କୁ 'କମାଣ୍ଡୋ' ସିରିଜରେ ମଧ୍ୟ ଦେଖିବାକୁ ମିଳିଛି। ଏହି ସମୟରେ ଅଦା ଶର୍ମା ମୁମ୍ବାଇରେ ନିଜର ଏକ ଘର କିଣିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଅଦା ଶର୍ମା ମଧ୍ୟ ଏହି ଖବରକୁ ନିଶ୍ଚିତ କରିଛନ୍ତି। ତେବେ ସେ କେବେ ସେଠା‌ରେ ରହିବେ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।

ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସେହି ଆପାର୍ଟମେଣ୍ଟରେ ଘରର ମୂଲ୍ୟ ବେଶ ଅଧିକ ରହିଥିଲା। ଅନେକ ଲୋକ ଉକ୍ତ ଫ୍ଲାଟକୁ କିଣିବାକୁ ଆଗ୍ରହୀ ଥିଲେ। ଏବେ ଶେଷରେ ଘରଟି ଅଦା ଶର୍ମାଙ୍କ ହାତକୁ ଆସିଛି।

ଆପଣ ଜାଣନ୍ତି, ୨୦୨୦ ମସିହା ଜୁନ୍‌ ୧୪ ତାରିଖରେ ସୁଶାନ୍ତ ସିଂ ରାଜପୁତଙ୍କର ମୃତ୍ୟୁ ହୋଇଥିଲା। ଅଭିନେତାଙ୍କ ଶରୀର ଝୁଲନ୍ତା ଅବସ୍ଥାରେ ତାଙ୍କ ଶୋଇବାଘରୁ ଉଦ୍ଧାର ହୋଇଥିଲା। କେହି କେହି ଏହାକୁ ଆତ୍ମହତ୍ୟା ବୋଲି କହୁଥିବା ବେଳେ କେହି କେହି ହତ୍ୟା ଅଭିଯୋଗ ଆଣିଥିଲେ। ସୁଶାନ୍ତ ସେ ଘରେ ରହୁଥିବା ବେଳେ ଭଡ଼ା ଆକାରରେ ମାସିକ ୪.୫ ଲକ୍ଷ ଟଙ୍କା ଦେଉଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe