ରାଜୁଙ୍କ ଲେଉଟାଣି

ରାଜୁଙ୍କ ଲେଉଟାଣି

ଓଡ଼ିଆ ସିନେମା-ସିରିଏଲର ଜଣେ ଜଣାଶୁଣା ଅଭିନେତା ବେଶ୍ କିଛି ବର୍ଷ ହେବ ଆତ୍ମଗୋପନ କରିଥିଲେ। କାହିଁକି, ହୁଏତ ଏମିତି ପ୍ରଶ୍ନ ଆପଣଙ୍କ ମନରେ ଉଠିପାରେ। କାରଣ ତ ଅନେକ ହେଲେ ଆମେ ତାଙ୍କୁ ପୁଣି ପରଦା‌େ‌ର ଦେଖିବାକୁ ପାଇବା। ନାୟକ ନୁହେଁ, ଏଥର ସେ ଏକ ଭିନ୍ନ ଚରିତ୍ରରେ ଅବତୀର୍ଣ୍ଣ ହେଇଛନ୍ତି। ଶୁଣାଯାଉଛି, ସମ୍ଭବତଃ ଖଳନାୟକ। ଅବଶ୍ୟ ସିନେମାଟି ଦେଖିବା ପରେ ଜଣାପଡ଼ିବ। ଏହି ଚିତ୍ରଟି ଚଳିତ ମାସ ୨୧ ତାରିଖ ରବିବାର ସନ୍ଧ୍ୟା ୬.୩୦ ମିନିଟ୍‌ରେ ଜୀ ସାର୍ଥକ ଚ୍ୟାନେଲ୍‌ରେ ପ୍ରସାରିତ ହେବ। ପୂର୍ବରୁ ରାଜଦୀପ ଓ ମାଇଁ ଲଭ୍, ଏଇ ମିଳନ ଯୁଗ ଯୁଗର ପରି କିଛି ସିନେମାରେ ନାୟକ ସାଜିଥିଲେ।

ଟେଲି ସିରିଏଲ୍ ‘ତୁଳସୀ’ର ନାୟକ ଭୂମିକାରେ ଅଭିନୟ କରିଥିବା ରାଜଦୀପଙ୍କୁ ପ୍ରାୟ ଦର୍ଶକ ଦେଖିଛନ୍ତି। ପୂର୍ବରୁ ଚଳଚ୍ଚିତ୍ର ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’ର ନିର୍ଦ୍ଦେଶନା ଦେଇଥିବା ନିର୍ଦ୍ଦେଶକ ସଞ୍ଜୟ ନାୟକ ‘ଏଇ ରାକ୍ଷୀ ତୋ ରକ୍ଷା କବଚ’ର ନିର୍ଦ୍ଦେଶନା ଦେଇଛନ୍ତି। ଏହାର ପ୍ରଯୋଜନା କରିଛନ୍ତି କ୍ଷୀରୋଦ ପଟ୍ଟନାୟକ ଏବଂ ସହ ପ୍ରଯୋଜନାରେ ଅଛନ୍ତି ଲିପ୍‌ସା ମିଶ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe