ପୁଣି ସଲ୍ଲୁ-କ୍ୟାଟ୍ ଇଲୁ ଇଲୁ

ପୁଣି ସଲ୍ଲୁ-କ୍ୟାଟ୍ ଇଲୁ ଇଲୁ

ସଲମାନ୍ ଖାନ୍‌ଙ୍କ ‘ଟାଇଗର୍‌-୩’ ଚଳଚ୍ଚିତ୍ରରେ କ୍ୟାଟ୍ରିନା କୈଫ୍ ନାୟିକା ସାଜିଛନ୍ତି। ତୁର୍କୀରେ ସୁଟିଂ ହେଇଥିବା ଗୀତଦୃଶ୍ୟ ‘ଜିନେ କେ ହେଁ ଚାର ଦିନ୍’ର ଭିଡିଓକୁ ସେ ସୋସିଆଲ୍ ମିଡିଆରେ ପୋଷ୍ଟ କରି ତାଙ୍କ ପ୍ରଶଂସକମାନଙ୍କୁ ଆକୃଷ୍ଟ କରିବାକୁ ଚାହିଛନ୍ତି। ମୁକ୍ତିଲାଭ ଅପେକ୍ଷାରେ ଥିବା ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ ଓ ‘ଫୋନ୍ ଭୂତ’ରେ ମଧ୍ୟ ସେ ଲିଡ୍‌ରୋଲରେ ଅଛନ୍ତି। ଶୁଣିବାକୁ ମିଳୁଛି କ୍ୟାଟ୍ରିନା ନୂଆ ଫିଲ୍ମ ‘ଜି ଲେ ଜାରା’ରେ ମଧ୍ୟ ପ୍ରମୁଖ ଭୂମିକାରେ ଆସୁଛନ୍ତି। ସୁଟିଂ ସାରି ତୁର୍କୀକୁ ବାଏ ବାଏ କଲାବେଳେ ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଯେଉଁ ଫଟୋ ପୋଷ୍ଟ କରିଛନ୍ତି ତାହା ତାଙ୍କ ଫ୍ୟାନମାନଙ୍କୁ ଚକିତ କରିଛି।

‘ମୈନେ ପ୍ୟାର କ୍ୟୁଁ କିୟା’ରୁ ସଲମାନ୍-କ୍ୟାଟ୍ରିନା ସୁନ୍ଦର ଯୋଡ଼ିଙ୍କ ଆରମ୍ଭ ହେଇଥିବା ଅଭିନୟ ଯାତ୍ରା ଏପର୍ଯ୍ୟନ୍ତ ଚାଲିଛି। ପରଦାର ଏଇ ସୁପରହିଟ୍ ଯୋଡ଼ିଙ୍କ ମଧ୍ୟରେ କ୍ରମଶଃ ବାସ୍ତବ ଜୀବନରେ ପ୍ରେମ ସମ୍ପର୍କ ଗଢ଼ିଉଠିଛି। ପୁଣି ମଝିରେ ମଝିରେ ଉଭୟଙ୍କ ମଧ୍ୟରେ ବିଚ୍ଛେଦ ବି ଘଟିଛି। ହେଲେ ବାସ୍ତବ ଜୀବନର ତିକ୍ତତାକୁ ଭୁଲି ପୁଣି ଏମାନେ ପରଦାରେ ଏକାଠି ହେଉଛନ୍ତି। ଏ ଦୁହିଁଙ୍କ ଛାଇ ଆଲୁଅର ଖେଳ ଦେଖି କେହି କେହି କହୁଛନ୍ତି ‘ସଲ୍ଲୁ-କ୍ୟାଟ୍ ଇଲୁ ଇଲୁ’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe