ପୁଣି ଅନୁଭବ-ସ୍ୱପ୍ନା ଯୋଡ଼ି

Advertisment
ପୁଣି ଅନୁଭବ-ସ୍ୱପ୍ନା ଯୋଡ଼ି

ଓଲିଉଡ୍‌ର ଏକ ପୁରୁଣା ଯୋଡ଼ିକୁ ପୁଣି ଥ‌ରେ ଦେଖିବାକୁ ପାଇବେ ଦର୍ଶକ। ଅନୁଭବ-ସ୍ୱପ୍ନା ପ୍ରିୟଦର୍ଶିନୀଙ୍କ ଯୋଡ଼ିକୁ ସିନେପ୍ରେମୀ ୨୦୨୩ ରଜରେ ମୁକ୍ତିଲାଭ କରିଥିବା ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଓଡ଼ିଆ ଫିଲ୍ମ ‘ଲଭ୍‌ ଇନ୍ ଲଣ୍ଡନ’ରେ ଦେଖିବାକୁ ପାଇଥିଲେ। ଦ୍ବିତୀୟ ଥର ଲାଗି ଓଡ଼ିଆ ଛବି ‘ବିଗୁଲ୍ ୨’ରେ ଏହି ଯୋଡ଼ି ନଜର ଆସିବେ। ଏଥିରେ ଅନୁଭବଙ୍କୁ ଜଣେ ପୁଲିସ ଅଫିସର୍‌ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ଆଉ ସ୍ୱପ୍ନା ପ୍ରିୟଦର୍ଶିନୀଙ୍କୁ ତାଙ୍କ ବିପକ୍ଷରେ ନିଆଯାଇଥିବା ନେଇ ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଏହି ସିନେମାରେ ‘ବିଗୁଲ୍’ର ନାୟକ ଦେବାନନ୍ଦ ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି।
ଏସ୍‌ଡି ଫିଲ୍ମସ୍ ବ୍ୟାନର୍‌ରେ ପ୍ରସ୍ତୁତ ଏହି ସିନେମାର ପ୍ରଯୋଜକ ହେଲେ ଅରବିନ୍ଦ ସାହୁ। ‘ବିଗୁଲ୍’ର ନିର୍ଦ୍ଦେଶନା ଦେଇ ସଫଳତା ହାସଲ କରିଥିବା ଅଜୟ ପାଢ଼ୀଙ୍କୁ ‘ବିଗୁଲ୍ ୨’ରେ ମଧ୍ୟ ନିର୍ଦ୍ଦେଶନା ଭାର ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe