ପୁଣି ଅନୁସନ୍ଧାନ ଅଧିକାରିଣୀ

Advertisment
ପୁଣି ଅନୁସନ୍ଧାନ ଅଧିକାରିଣୀ

The Indravan

ଡିଜନି ପ୍ଲସ୍ ହଟ୍‌ଷ୍ଟାର ସିରିଜ୍ ପାଇଁ ପ୍ରସ୍ତୁତ ହେଉଥିବା ୱେବ୍‌-ସିରିଜ୍ 'ସିକ୍ସ ସସ୍‌ପେକ୍ଟସ୍‌'ରେ ଜଣେ ଅନୁସନ୍ଧାନକାରୀ ଅଧିକାରିଣୀ ଭୂମିକାରେ ଅବତୀର୍ଣ୍ଣ ହେବେ ଅଭିନେତ୍ରୀ ରିଚା ଚଢା। ପୁରୁଷ ପ୍ରାଧାନ୍ୟ ସମାଜରେ ରିଚା ଏକ ଜଟିଳ ମାମଲାର ଅନୁସନ୍ଧାନ କରି ନିଜକୁ ଜଣେ ସଚ୍ଚୋଟ ଅଧିକାରିଣୀ ବୋଲି ଦର୍ଶକଙ୍କ ସାମ୍ନାରେ ସାବ୍ୟସ୍ତ କରିବେ। ରିଚାଙ୍କ ସହ ପ୍ରମୁଖ ଭୂମିକାରେ ରହିବେ ଅଭିନେତା ପ୍ରତୀକ ଗାନ୍ଧୀ। ୨୦୦୮ରେ ବିକାଶ ସ୍ବରୂପ ଲେଖିଥିବା କାହାଣୀର ନାମ ମଧ୍ୟ ଥିଲା 'ସିକ୍ସ ସସ୍‌ପେକ୍ଟସ୍‌'। ଏହି ୱେବ୍‌-ସିରିଜ୍‌ର ପ୍ରଯୋଜନା କରୁଛନ୍ତି ଅଜୟ ଦେବଗନ ଫିଲ୍ମସ୍ ଏବଂ ରିଲ୍ ଲାଇଫ୍ ଏଣ୍ଟରଟେନ୍‌ମେଣ୍ଟ।

ରିଚା ଏହା ପୂର୍ବରୁ 'ମସାନ୍' ଓ 'ଫୁକ୍‌ରେ' ମୁଭିରେ ନିଜର ଭର୍ସାଟାଇଲ୍ ଆକ୍ଟିଂ ପ୍ରଦର୍ଶନ କରି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କେବଳ ସେତିକି ନୁହେଁ, ରିଚା ମଧ୍ୟ ଅତୀତରେ ତିଗମାଂଶୁ ଧୂଳିଆଙ୍କ ସହ 'ଗ୍ୟାଙ୍ଗସ ଅଫ୍ ୱାସେପୁର'ରେ ଜଣେ ସମର୍ପିତ ଅନୁସନ୍ଧାନକାରୀ ଅଧିକାରିଣୀ ଭୂମିକାରେ ଅଭିନୟ କରିଥିଲେ। 'ସିକ୍ସ ସସ୍‌ପେକ୍ଟସ୍' ତିଆରି ବେଳକୁ ସମ୍ଭବତଃ ତିଗମାଂଶୁଙ୍କର ରିଚାଙ୍କ କଥା ମନେ ପଡ଼ିଯାଇଛି। 'ସିକ୍ସ ସସ୍‌ପେକ୍ଟସ୍‌'; ୧୯୯୨ରେ ଜାତୀୟସ୍ତରରେ ଏକ ବଡ଼ ଧରଣର ଦୁର୍ନୀତିର ରହସ୍ୟ ଉନ୍ମୋଚନ ହେଇଥିବା ଘଟଣା ଉପରେ ପର୍ଯ୍ୟବସିତ।

ଏହି ଉପନ୍ୟାସକୁ ନେଇ ହିନ୍ଦୀ ଭାଷାରେ ପ୍ରଥମ କରି ୱେବ୍ ସିରିଜ୍‌ ହେଉଥିବା ଜଣାପଡ଼ିଛି। ଏକ ଉପନ୍ୟାସ କାହାଣୀ, ନିର୍ମାତା-ନିର୍ଦ୍ଦେଶକ ତିଗମାଂଶୁ ଧୂଳିଆ, ସହ କଳାକାର ପ୍ରତୀକ ଗାନ୍ଧୀ ଏବଂ ଜଣେ ସଚ୍ଚୋଟ ଅନୁସନ୍ଧାନକାରୀ ଅଧିକାରିଣୀ ଭାବେ ସୁଯୋଗ ପାଇଥିବାରୁ ମୁଁ ଗର୍ବିତ ଓ ଗୌରବାନ୍ବିତ ବୋଲି ରିଚା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe