ମୁମ୍ବାଇ: ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଜୀବନ ଉପରେ ଆଧାରିତ ଅନୁପମ ଖେରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦ ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର୍’ର ଟ୍ରେଲର ରିଲିଜ ହେବା ଲଗାତର ଭାବେ ବିବାଦରେ ରହି ଆସିଛି। ଏହି ଚଳଚ୍ଚିତ୍ରର ପ୍ରୋମୋକୁ ଅଟକାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ ହୋଇଛି।
ଆବେଦନରେ କୁହାଯାଇଛି କି ପ୍ରଧାନମନ୍ତ୍ରୀଙ୍କ ପଦ ସାମ୍ବିଧାନିକ ପଦ ଅଟେ। ପୂର୍ବ ପ୍ରଧାନମନ୍ତ୍ରୀଙ୍କ ଭାବମୂର୍ତ୍ତକୁ ଖରାପ କରି ଦେଖା ଯାଉଥିବା ପ୍ରୋମ ଉପରେ ରୋକ ଲଗାଯାଉ। ଏହା ଦ୍ୱାରା ପୂର୍ବ ପ୍ରଧାନମନ୍ତ୍ରୀଙ୍କ ସହ ଦେଶର ଛବି ବି ଖରାପ ହେବ।
ଆବେଦନରେ ଆହୁରି ବି ଲେଖାଯାଇଛି କି ଟ୍ରେଲରରେ ଯାହା ସବୁ ଦେଖାଯାଉଛି ତାହା ଭ୍ରମିତ କରିବା ପରି। ଏହା ସଞ୍ଜୟ ବାରୁଙ୍କ ପୁସ୍ତକରେ ଲେଖାଯାଇଥିବା କଥାଠାରୁ ଭିନ୍ନ। ଏହା ପୂରା ପୂରି ଭାବେ ଭୁଲ ଅଟେ।
ଆହୁରି ବି ସ୍ପଷ୍ଟ ଭାବେ କୁହାଯାଇଛି କି ଚଳଚ୍ଚିତ୍ରଟି କେବଳ ସିନେମାଟୋଗ୍ରାଫି ଆକ୍ଟ ଉଲଂଘନ କରିନାହିଁ। ବରଂ ସୋନିଆ ଗାନ୍ଧି, ମନମୋହନ ସିଂହ ଓ ରାହୁଲ ଗାନ୍ଧୀଙ୍କ ବିନା ଅନୁମତିରେ ସେମାନଙ୍କ ଚରିତ୍ରକୁ କଦର୍ଥ କରାଯିବା ଏକ ଭୁଲ୍ ମଧ୍ୟ।
Follow Us