ବଲିଉଡକୁ ଆସୁଛନ୍ତି ଅମିତାଭଙ୍କ ଏହି ସଂପର୍କୀୟ

Advertisment
ବଲିଉଡକୁ ଆସୁଛନ୍ତି ଅମିତାଭଙ୍କ ଏହି ସଂପର୍କୀୟ

ମୁମ୍ବାଇ: ବେଶ କିଛି ଦିନ ହେବ ଚର୍ଚ୍ଚା ହେଉଥିଲା ଯେ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ହିରୋଇନ୍‌ ହେବେ । ହେଲେ ଏବେ ଖବର ମିଳିଲାଣି ଯେ ଅମିତାଭଙ୍କ ନାତି ଅଗସ୍ତ୍ୟ ବଲିଉଡରେ ଡେବ୍ୟୁ କରିବେ। ଅମିତାଭ ବଚ୍ଚନ ସବୁବେଳେ ଚାହୁଁଥିଲେ ଯେ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ଭଳି ନାତି ବା ନାତୁଣୀ ବି ସିନେମା କ୍ଷେତ୍ରକୁ ଆସନ୍ତୁ ତାଙ୍କର ଏହି ଆଶା ପୂରଣ କରିଛନ୍ତି ଅଗସ୍ତ୍ୟ । ତାଙ୍କ ଏହି ନିଷ୍ପତ୍ତିକୁ ନେଇ ବିଗ୍‌ ବି ଖୁସି ଜାହିର କରିଛନ୍ତି ।

publive-image photo-news18.com

ତେବେ ଅନ୍ୟ ଏକ ସୁତ୍ରରୁ ଜଣାଯାଇଛି ଯେ ଅଗସ୍ତ୍ୟ ଫିଲ୍ମରେ ଲିଡ୍‌ ଆକ୍ଟର୍‌ ହେବା ପୂର୍ବରୁ ଫିଲ୍ମ ମେକର୍‌ ହେବାକୁ ଚାହୁଁଛନ୍ତି । ଏଥିପାଇଁ ସେ ଫିଲ୍ମର ସ୍କ୍ରିପ୍ଟ ବି ପ୍ରସ୍ତୁତ କରିଛନ୍ତି । ଶ୍ୱେତା ନନ୍ଦା ଓ ନିଖିଲ ନନ୍ଦାଙ୍କ ପୁତ୍ର ଅଗସ୍ତ୍ୟ ଫିଲ୍ମ ମେକିଂରେ ରୁଚି ରଖନ୍ତି । ଏହି କାରଣରୁ ସେ ଏହି ଫିଲ୍ମ ନିର୍ମାଣ କରିଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ଅଗସ୍ତ୍ୟ ଖୁବ୍‌ ଶୀଘ୍ର ସେହି ସର୍ଟ ଫିଲ୍ମକୁ ୟୁ ଟ୍ୟୁବ୍‌ରେ ଅପ୍‌ଲୋଡ୍‌ କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe