ଅମିତାଭଙ୍କ ନାତିଙ୍କ ପ୍ରେମରେ ଶାହରୁଖଙ୍କ ଝିଅ ! ଅଗସ୍ତ୍ୟଙ୍କ ପରିବାରକୁ ଭେଟିଲେ ସୁହାନା

Advertisment
ଅମିତାଭଙ୍କ ନାତିଙ୍କ ପ୍ରେମରେ ଶାହରୁଖଙ୍କ ଝିଅ ! ଅଗସ୍ତ୍ୟଙ୍କ ପରିବାରକୁ ଭେଟିଲେ ସୁହାନା

ମୁମ୍ବାଇ: ବିଗ୍ ବି ଅମିତାଭ ବଚ୍ଚନଙ୍କ ନାତିଙ୍କ ପ୍ରେମରେ କିଙ୍ଗ ଖାନ୍ ଶାହରୁଖ ଖାନଙ୍କ ଝିଅ। ଅମିତାଭ ବଚ୍ଚନଙ୍କ ଝିଅ ଶ୍ବେତା ବଚ୍ଚନଙ୍କ ପୁଅ ଅଗସ୍ତ୍ୟ ନନ୍ଦାଙ୍କୁ ଶାହରୁଖ ଖାନଙ୍କ ଝିଅ ସୁହାନା ଖାନ୍ ଡେଟ୍ କରୁଥିବା ଚର୍ଚ୍ଚା ହେଉଛି। ସେମାନେ ଡେଟ୍ କରୁଥିବା ନେଇ ଗୁଜବ ସେତେବେଳେ  ଆରମ୍ଭ ହୋଇଥିଲା ଯେତେବେଳେ ସୁହାନା ଗତ ବର୍ଷ କପୁର ପରିବାରର ବାର୍ଷିକ ଖ୍ରୀଷ୍ଟମାସ ବ୍ରଞ୍ଚରେ ନଜର ଆସିଥିଲେ।

ବର୍ତ୍ତମାନ ଚର୍ଚ୍ଚା ହେଉଛି ଯେ ଅଗସ୍ତ୍ୟ ସୁହାନାଙ୍କୁ ତାଙ୍କ ପ୍ରେମିକା ଭାବରେ ପରିବାର ସହିତ ପରିଚିତ କରାଇଛନ୍ତି। ଏହା ସହ ମା’ ଶ୍ବେତା ବଚ୍ଚନ ଏହି ସମ୍ପର୍କକୁ ଗ୍ରହଣ କରିଥିବା ସାମ୍ନାକୁ ଆସିଛି। ଅଗସ୍ତ୍ୟ ଏବଂ ସୁହାନା 'ଦି ଆର୍ଚିଜ'ରେ ଅଭିନୟ କରୁଥିବା ସହ ଏହା ଦୁହିଁଙ୍କ ଅଭିନୟ ଦୁନିଆରେ ଡେବ୍ୟୁ ହେବ।

ତେବେ 'ଦି ଆର୍ଚିଜ'ର ସୁଟିଂ ସେଟରେ ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ସ୍ପଷ୍ଟ ହୋଇଥିଲା। ସାଙ୍ଗ ହୋଇ ଦୁହେଁ ଅଧିକ ସମୟ ବିତାଉଥିବା ବେଳେ କପୁର ପରିବାରର ବାର୍ଷିକ ଖ୍ରୀଷ୍ଟମାସ ବ୍ରଞ୍ଚରେ ଅଗସ୍ତ୍ୟ ସୁହାନାଙ୍କୁ ନିଜ ପ୍ରେମିକା ଭାବରେ ସମସ୍ତଙ୍କ ସହିତ ପରିଚିତ କରାଇଥିଲେ ବୋଲି ସୂଚନା ସାମ୍ନାକୁ ଆସିଛି।

“ସେମାନେ ଏକାଠି ଅନେକ ସମୟ ଅତିବାହିତ କରିବା ସହ ନିଜ ସମ୍ପର୍କକୁ ଲୁଚାଇବାକୁ ଚେଷ୍ଟା କରୁନାହାଁନ୍ତି। ସେମାନେ ଏପର୍ଯ୍ୟନ୍ତ ଏହାକୁ ଲୋକଲୋଚନକୁ ଆଣିବା ପାଇଁ ଯୋଜନା କରgନାହାଁନ୍ତି। ସୁଟିଂ ସେଟର କ୍ର୍ୟୁ ଅଗଷ୍ଟ ୨୦୨୨ରେ ସେମାନଙ୍କ ସମ୍ପର୍କ ବିଷୟରେ ଜାଣିଥିଲେ" ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe