India.com
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚେରା’ର ଟ୍ରେଲର୍ ଆଜି ରିଲିଜ୍ ହୋଇଛି। ସୁଶାନ୍ତଙ୍କ ଏହି ଫିଲ୍ମର ଟ୍ରେଲର୍ ରିଲିଜ୍ ହେବାକୁ ନେଇ ତାଙ୍କ ପ୍ରଶଂସକମାନଙ୍କ ଭିତରେ ପ୍ରବଳ ଉତ୍ସୁକତା ଦେଖିବାକୁ ମିଳିଥିଲା। କେହି କେହି ଏହାକୁ ବହୁ ଦିନରୁ ଅପେକ୍ଷା ରହିଥିଲା ବୋଲି ଲେଖିଛନ୍ତି ତ ଆଉ କେହି ଟ୍ରେଲର୍ ରିଲିଜ୍ ହେବାକୁ ନେଇ ନିଜ ଉତ୍ସୁକତା ପ୍ରଦର୍ଶନ କରିଥିଲେ।
ସୁଶାନ୍ତଙ୍କ ପ୍ରଶଂସକମାନେ ଟ୍ବିଟର୍ରେ ସୁଶାନ୍ତଙ୍କ ଏହି ଶେଷ ଚଳଚ୍ଚିତ୍ରର ଫଟୋ ସେୟାର୍ କରି ତାଙ୍କୁ ଖୁବ୍ ମନେ ପକାଇଛନ୍ତି। ଏହି ଚଳଚ୍ଚିତ୍ରଟି ରିଲିଜ୍ ହେବାର ନଥିଲା। ମାତ୍ର ସୁଶାନ୍ତଙ୍କ ଅାତ୍ମହତ୍ୟା ପରେ ନିର୍ଦ୍ଦେଶକ ମୁକେଶ ଛାବଡ଼ା ଏହାକୁ ରିଲିଜ୍ କରାଇବା ନିଷ୍ପତ୍ତି ନେଇଥିଲେ।
ସୁଶାନ୍ତଙ୍କ ବିପକ୍ଷରେ ଏହି ସିନେମାରେ ନଜର ଆସିବେ ଅଭିନେତ୍ରୀ ସଞ୍ଜନା। ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ସଞ୍ଜନା ସୋସିଆଲ୍ ମିଡିଆରେ ନିଜର ଦୁଃଖ ପ୍ରକାଶ କରି କହିଥିଲେ କି, ଭାବିନଥିଲି ଯେ ଏଭଳି ଭାବେ କେବେ ପୁଣି ମୋତେ ଏକା ଟ୍ରେଲର୍ ରିଜିଲ୍ ଦେଖିବାକୁ ପଡ଼ିବ।
Follow Us