କଷ୍ଟ୍ୟୁମ୍‌ ପସନ୍ଦ ନ ଆସିବାରୁ ସୁଟିଂ ବାତିଲ୍‌ କଲେ ଐଶ୍ୱର୍ଯ୍ୟା

Advertisment
କଷ୍ଟ୍ୟୁମ୍‌ ପସନ୍ଦ ନ ଆସିବାରୁ ସୁଟିଂ ବାତିଲ୍‌ କଲେ ଐଶ୍ୱର୍ଯ୍ୟା

DNA India

ମୁମ୍ବାଇ: ବଲିଉଡର ବିଗ୍‌ ବି ଅମିତାଭ ବଚ୍ଚନଙ୍କ ବୋହୂ ତଥା ଅଭିଷେକ୍‌ ବଚ୍ଚନଙ୍କ ସୁନ୍ଦରୀ ପତ୍ନୀ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ୍‌ ବଚ୍ଚନ ତାଙ୍କର ଆଗାମୀ ଫିଲ୍ମ ‘ଫନ୍ନେ ଖାନ୍‌’ର ସୁଟିଂ ନେଇ ବହୁତ ଉତ୍ସାହିତ ରହିଥିବା ବେଳେ ଘଟଣାଚକ୍ରରେ ସେ ଏହାର ସୁଟିଂ କରିବାକୁ ମନାକରିଦେଇଛନ୍ତି। ଆରେ ନାଁ ନାଁ ଆପଣମାନେ ଭୁଲ୍‌ ବୁଝୁଛନ୍ତି! ଐଶ୍‌ ଏହି ଫିଲ୍ମରୁ ସଂପୂର୍ଣ୍ଣ ଓହରି ଯାଇନାହାନ୍ତି,ବରଂ ସେ ଏହି ଫିଲ୍ମରେ ସୁଟିଂ କରିବାକୁ ମନାକରିଛନ୍ତି। ଆଉ ତାହା ବି ପୁଣି ତାଙ୍କୁ ଦିଆଯାଇଥିବା କଷ୍ଟ୍ୟୁମ୍‌କୁ ନେଇ!

ସୂତ୍ର ଅନୁଯାୟୀ,ବଲିଉଡ୍‍ର ସୁନ୍ଦରୀ ଅଭିନେତ୍ରୀ ତାଙ୍କର ନୂଆ ପ୍ରୋଜେକ୍ଟ ‘ଫନ୍ନେ ଖାନ୍‌’ର କଷ୍ଟ୍ୟୁମ୍‌ ଡ଼ିଜାଇନିଙ୍ଗ୍‌ ନେଇ ଅସନ୍ତୁଷ୍ଟ ରହିଛନ୍ତି। ଯେଉଁ କାରଣକୁ ନେଇ ଐଶ୍‌ କହିଛନ୍ତି ଯେ,ଏହି ଫିଲ୍ମରେ ତାଙ୍କର ଚରିତ୍ରଟି ଜଣେ ପପ୍‌ଷ୍ଟାର୍‌ର ରହିଥିବା ବେଳେ,ତାଙ୍କୁ ମନୀଷ୍‌ ମାଲ୍‌ହୋତ୍ରାଙ୍କ ଦ୍ୱାରା ଡ଼ିଜାଇନ୍‌ ହୋଇଥିବା କଷ୍ଟ୍ୟୁମ୍‌ ଦିଆଯାଇଛି। ଯେଉଁଥିରେ କି ଭାରତୀୟତା ଝଲକି ଉଠୁଛି। ଏଥିପାଇଁ ସେ ଏହାର ସୁଟିଂ କରିବାକୁ ମନା କରିଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe