ଝିଅ ଆରାଧ୍ୟାଙ୍କ ସହିତ ଏମିତି ଦୁର୍ଗାପୂଜା ମନାଇଲେ ଐଶ୍ୱର୍ଯ୍ୟା

Advertisment
ଝିଅ ଆରାଧ୍ୟାଙ୍କ ସହିତ ଏମିତି ଦୁର୍ଗାପୂଜା ମନାଇଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ସବୁଥର ଭଳି ଏଥର ମଧ୍ୟ ନିଜର ଝିଅ ଆରାଧ୍ୟା ବଚ୍ଚନଙ୍କ ସହିତ ଦୁର୍ଗାପୂଜା ମନାଇଛନ୍ତି ବଲିଉଡ଼୍‍ର ବିଉଟି ତଥା ନୀଳନୟନା ଐଶ୍ୱର୍ଯ୍ୟା ରାୟ୍‌ ବଚ୍ଚନ।

ଖବର ଅନୁସାରେ ଏହି ନିକଟରେ ବଚ୍ଚନ ପରିବାରର ବୋହୂ ତଥା ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସୁପୁତ୍ର ଅଭିଷେକ୍‌ ବଚ୍ଚନଙ୍କର ପତ୍ନୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦଶହରା ଅବସରରେ ଦେବୀ ଦୂର୍ଗାଙ୍କ ପୂଜାଲାଗି ମୁମ୍ବାଇର ରାମକୃଷ୍ଣ ମଠରେ ପହଞ୍ଚଥିଲେ। ଯେଉଁଠାରେ କି ତାଙ୍କ ସହିତ ଝିଅ ଆରାଧ୍ୟା ବଚ୍ଚନ ଏବଂ ମାଆ ବୃନ୍ଦା ରାୟ୍‌ ମଧ୍ୟ ଉପସ୍ଥିତ ରହିଥିଲେ। ତେବେ ସର୍ବଦା ପୂଜା ସମୟରେ ଅନାରକଲୀ ସୁଟ୍‌ସରେ ନଜର ଆସୁଥିବା ଐଶ୍‌ କିନ୍ତୁ ଏଥର ଏକ ହାଲ୍‌କା ମେରୁନ୍‌ ରଙ୍ଗର ସିଲ୍କ ଶାଢ଼ିରେ ନଜର ଆସିଥିଲେ। ଯେଉଁଥିରେ କି ତାଙ୍କର ସିମ୍ପୁଲ୍‌ ଲୁକ୍‌ ସାଂଗକୁ କେଶ ସଜ୍ଜା ଶୈଳୀ ତାଙ୍କ ସୁନ୍ଦରତାକୁ ଦ୍ୱିଗୁଣିତ କରିଦେଉଥିଲା। ତେବେ ଏଠାକୁ ଐଶ୍‌ ଓ ଅଭିଙ୍କ ଗେହ୍ଲୀ ଝିଅ ଆରାଧ୍ୟା ମଧ୍ୟ ଏକ ପିଙ୍କ୍‌ କଲରର୍‌ ଲେହେଙ୍ଗା ପରିଧାନ କାରି ଆସିଥିଲେ। ଏହା ତାଙ୍କୁ ବହୁତ ହିଁ ମାନୁଥିଲା। ହେଲେ ବଚ୍ଚନ ପରିବାରର କୂଳବଧୂ ତଥା ଅଭିଷେକ୍‌ଙ୍କ ବିବି ଐଶ୍ୱର୍ଯ୍ୟାଙ୍କୁ ଏଠାରେ ମାଆ ବୃନ୍ଦା ରାୟଙ୍କ ସହିତ ମିଶି ପୂଜାର୍ଚ୍ଚନାରେ ବ୍ୟସ୍ତ ରହିଥିବାର ଦେଖିବାକୁ ମିଳିଥିଲା। ଆଉ ମା’ ଐଶ୍ୱର୍ଯ୍ୟାଙ୍କୁ ଆରାଧ୍ୟା ଅନୁକରଣ କରିବାରେ ଟିକିଏ ବି ହେଳା କରୁ ନ ଥିଲେ।

ସେଠାରେ ଉପସ୍ଥିତ ରହିଥିବା ଦର୍ଶକମାନେ ଏହାକୁ ଉପଭୋଗ କରୁଥିଲେ! ତେବେ ଏଠାରେ ଉପସ୍ଥିତ ରହିଥିବା ଦର୍ଶକ ଯଦି କାହାକୁ ହେଲେ ମିସ୍‌ କରୁଥିଲେ ତ ସେ ହେଉଛନ୍ତି ବଚ୍ଚନ ପରିବାରର ଅନ୍ୟ ସଦସ୍ୟମାନଙ୍କୁ। ତେବେ ସେ ଯାହା ବି ହେଉ ପଛକେ ଠିକ୍‌ ଏହି ସମୟରେ କେହି ଜଣେ ଏହି ସବୁ ସୁନ୍ଦର ସୁନ୍ଦର ଦୃଶ୍ୟକୁ ତାଙ୍କର କ୍ୟାମେରାରେ ଉଠାଇବା ସହିତ ସୋସିଆଲ୍‌ ମିଡ଼ିଅାରେ ସେୟାର୍‌ କରିଦେଇଥିଲେ, ଯାହାକି ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe