ସଲମାନ-ଐଶ୍‌ଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ଅଭିଷେକଙ୍କର ପ୍ରିୟ

Advertisment
ସଲମାନ-ଐଶ୍‌ଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ଅଭିଷେକଙ୍କର ପ୍ରିୟ

ମୁମ୍ବାଇ: ରୋମାଣ୍ଟିକ୍‌ ଦମ୍ପତି ଭାବେ ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ଏବଂ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବେଶ୍‌ ଜଣାଶୁଣା। ଅଭିନେତ୍ରୀ ଏଶ୍ୱର୍ଯ୍ୟାଙ୍କର ପୂର୍ବରୁ ବିବେକ୍‌ ଓବରାଏ, ସଲମାନ ଖାନଙ୍କ ପରି ଅଭିନେତାମାନଙ୍କ ସହ ପ୍ରେମ ସଂପର୍କ ରହିଥିବା ସୂଚନା ରହିଛି। ମାତ୍ର ଶେଷରେ ନୀଳନୟନା ବଚ୍ଚନ ବୋହୂ ହୋଇଥିଲେ ଅଭିଷେକଙ୍କ ହାତ ଧରିବା ପରେ।

ଅଭିଷେକ ବଚ୍ଚନଙ୍କୁ ବିବାହ କରିବା ପରେ ବି ଦର୍ଶକଙ୍କ ମନରେ ସଲମାନ ଓ ଐଶ୍ୱର୍ଯ୍ୟାଙ୍କ ଯୋଡ଼ିକୁ ନେଇ ସ୍ୱତନ୍ତ୍ର ଆକର୍ଷଣ ରହିଛି। ଅବଶ୍ୟ ଅନେକ ବର୍ଷ ହେବ ଆଉ ସଲମାନ, ଐଶ୍ୱର୍ଯ୍ୟା ସାଥୀ ହୋଇ ନଜର ଆସୁନାହାନ୍ତି, ମାତ୍ର ଐଶ୍ୱର୍ଯ୍ୟାଙ୍କ ବିବାହ ପୂର୍ବର କଥା ଉଠିଲେ ପ୍ରଥମେ ସାମ୍ନାକୁ ଆସନ୍ତି ସଲମାନ।

ଆଶ୍ଚର୍ଯ୍ୟର କଥା ହେଉଛି ଏ ଯୋଡ଼ିଙ୍କୁ କେବଳ ବାହାର ଲୋକେ ନୁହେଁ, ବରଂ ଐଶ୍ୱର୍ଯ୍ୟାଙ୍କ ସ୍ୱାମୀ ଅଭିଷେକ ବଚ୍ଚନ ବି ପସନ୍ଦ କରନ୍ତି। ନିଜର ପ୍ରିୟ ଚଳଚ୍ଚିତ୍ର କେଉଁଟି ବୋଲି ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ଅଭିଷେକ କହନ୍ତି ‘ହମ୍‌ ଦିଲ୍‌ ଦେ ଚୁକେ ସନମ’। ସଞ୍ଜୟ ଲୀଲା ଭଂସାଲୀଙ୍କ ନିର୍ଦ୍ଦେଶିତ ଏହି ତ୍ରିକୋଣୀୟ ପ୍ରେମ କାହାଣୀଟି ଐଶ୍ୱର୍ଯ୍ୟା କରିଥିବା ଅନେକ ଗୁଡ଼ିଏ ଚଳଚ୍ଚିତ୍ର ମଧ୍ୟରୁ ତାଙ୍କର ପ୍ରିୟ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe