ଐଶ୍ୱର୍ଯ୍ୟା ଆଉ ବଚ୍ଚନ ପରିବାରର ଅଂଶ ନୁହଁନ୍ତି! 'କେବିସି ୧୬' ଭିଡିଓରୁ ବୋହୂରାଣୀ ନିଖୋଜ

Advertisment

ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ଛାଡପତ୍ର ବିଷୟରେ ଗୁଜବକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି। ବଚ୍ଚନ ପରିବାରର ଏକ ସ୍ୱତନ୍ତ୍ର ଭିଡିଓ 'କେବିସି ୧୬'ରେ ପ୍ରଦର୍ଶିତ ହୋଇଥିଲା ଯେଉଁଥିରେ ପରିବାରର ସମସ୍ତ ସଦସ୍ୟ ଥିଲେ। ମାତ୍ର ଐଶ୍ୱର୍ଯ୍ୟା ନ ଥିଲେ। ଏହା ପରିବାରର ମତଭେଦ କଳ୍ପନାଜଳ୍ପନାକୁ ତୀବ୍ର କରିଛି...

ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ଛାଡପତ୍ର ବିଷୟରେ ଗୁଜବକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି। ବଚ୍ଚନ ପରିବାରର ଏକ ସ୍ୱତନ୍ତ୍ର ଭିଡିଓ 'କେବିସି ୧୬'ରେ ପ୍ରଦର୍ଶିତ ହୋଇଥିଲା ଯେଉଁଥିରେ ପରିବାରର ସମସ୍ତ ସଦସ୍ୟ ଥିଲେ। ମାତ୍ର ଐଶ୍ୱର୍ଯ୍ୟା ନ ଥିଲେ। ଏହା ପରିବାରର ମତଭେଦ କଳ୍ପନାଜଳ୍ପନାକୁ ତୀବ୍ର କରିଛି...

11amzmnbbxa

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ଛାଡପତ୍ରର ଗୁଜବ ପୁଣି ଥରେ ଚର୍ଚ୍ଚା ହେବାରେ ଲାଗିଛି। ଯାହା ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଲୋକଙ୍କ ମନରେ ଥିଲା, ତାହା ଏବେ 'କୌନ ବନେଗା କରୋଡପତି-୧୬' ରେ ପ୍ରଦର୍ଶିତ ହୋଇଥିବା ଭିଡିଓରୁ ସ୍ପଷ୍ଟ ହୋଇଛି ବୋଲି ସୋସିଆଲ ମଡିଆରେ ଚର୍ଚ୍ଚା ହେଉଛି।

ଅକ୍ଟୋବର ୧୧ ରେ, ଅମିତାଭ ବଚ୍ଚନଙ୍କ ୮୨ତମ ଜନ୍ମଦିନରେ 'କେବିସି-୧୬'ର ଏକ ସ୍ୱତନ୍ତ୍ର ଏପିସୋଡ ପ୍ରଦର୍ଶିତ ହୋଇଥିଲା ଯେଉଁଥିରେ ଆମୀର ଖାନ ଏବଂ ତାଙ୍କ ପୁଅ ଜୁନାଦ ପ୍ରତିଯୋଗୀ ଭାବରେ ଅଂଶଗ୍ରହଣ କରିଥିଲେ।

ବିଗ୍ ବି’ଙ୍କର ଏହି ବିଶେଷ ଦିନକୁ ପାଳନ କରିବା ପାଇଁ ଏପିସୋଡ୍‌ରେ କିଛି ବିଶେଷ ଭିଡିଓ ପ୍ରଦର୍ଶିତ କରାଯାଇଥିଲା। ତେବେ ଏହି ଭିଡିଓରେ ବଚ୍ଚନ ପରିବାର ଐଶ୍ୱର୍ଯ୍ୟାଙ୍କୁ ସମ୍ପୂର୍ଣ୍ଣ ଅଲଗା କରିଥିବା ଗୁଜବକୁ ବଢ଼ାଇ ଦେଇଛି।

ବାସ୍ତବରେ, ଏହି ଶୋ’ରେ ପ୍ରଦର୍ଶିତ ଭିଡିଓରେ, ବଚ୍ଚନ ପରିବାରର ସମସ୍ତ ସଦସ୍ୟ ଦୃଶ୍ୟମାନ ହୋଇଥିଲେ। ଅମିତାଭ ବଚ୍ଚନଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟଙ୍କ ବ୍ୟତୀତ ଘରର ଅନ୍ୟ ସମସ୍ତ ଲୋକ ଏଥିରେ ଅନ୍ତର୍ଭୁକ୍ତ ହୋଇଥିଲେ। ଏହି ଭିଡିଓରେ ଜୟା ବଚ୍ଚନଙ୍କ ଠାରୁ ଆରମ୍ଭ କରି ଅଭିଷେକ, ଶ୍ୱେତା ଏବଂ ପରବର୍ତ୍ତୀ ପିଢ଼ିର ପିଲାମାନଙ୍କ ମଧ୍ୟରେ ଅଗସ୍ତ୍ୟ, ନବ୍ୟା ଏବଂ ଆରାଧ୍ୟାଙ୍କୁ ବିଗ୍ ବି’ଙ୍କ ସହିତ ପୁରୁଣା ଏବଂ ସାମ୍ପ୍ରତିକ ଫଟୋରେ ଦେଖିବାକୁ ମିଳିଥିଲା ​। ମାତ୍ର ଏଥିରେ ଐଶ୍ୱର୍ଯ୍ୟା  ନ ଥିଲେ। 

ଅଭିଷେକ, ଶ୍ୱେତା, ନବ୍ୟ‌ା ଏବଂ ଅଗସ୍ତ୍ୟ ମଧ୍ୟ  ଜନ୍ମଦିନରେ ବିଗ୍ ବି’ଙ୍କ ପାଇଁ ଭିଡିଓ ମେସେଜ୍ ପୋଷ୍ଟ କରିଥିଲେ ଏବଂ ତାଙ୍କ ସହ ଆରାଧ୍ୟାଙ୍କ କିଛି ଫଟୋ ମଧ୍ୟ ଦେଖାଯାଇଥିଲା, କିନ୍ତୁ ଐଶ୍ୱର୍ଯ୍ୟା ଭିଡିଓରୁ ନିଖୋଜ ରହିଥିଲେ। ଏବେ ପୁଣି ଥରେ ଏହାକୁ ନେଇ ପରିବାର ସଦସ୍ୟ ଏବଂ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ଥିବା ମତଭେଦ ଚର୍ଚ୍ଚାକୁ ଇନ୍ଧନ ଯୋଗାଇଛି। 

ଏହା ପ୍ରଥମ ଘଟଣା ନୁହେଁ ଯେ ପରିବାରରେ ଚାଲିଥିବା ଅଶାନ୍ତି ବିଷୟରେ କଳ୍ପନାଜଳ୍ପନା ଚାଲିଛି। ଏହା ପୂର୍ବରୁ ଯେତେବେଳେ ଅମିତାଭ ବଚ୍ଚନଙ୍କ ପରିବାର ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ, ସେତେବେଳେ ପରିବାର ଅସମ୍ପୂର୍ଣ୍ଣ ଦେଖାଯାଉଥିଲା। ତାଙ୍କ ସହ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟାଙ୍କୁ ଦେଖାଯାଇ ନ ଥିଲା। ତେବେ କିଛି ସମୟ ପରେ ଐଶ୍ୱର୍ଯ୍ୟା  ଝିଅ ଆରାଧ୍ୟା ସହିତ ପୃଥକ ଭାବରେ ଇଭେଣ୍ଟରେ ପହଞ୍ଚିଥିଲେ ଏବଂ ଏହା ପରେ ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ମଧ୍ୟରେ ତିକ୍ତତା ଖବର ବଢ଼ିବାରେ ଲାଗିଥିଲା। 

ତେବେ ବିଗ୍ ବି’ଙ୍କ ଜନ୍ମଦିନରେ ଏଥର ମଧ୍ୟ  ବିଳମ୍ବିତ ରାତିରେ ଐଶ୍ୱର୍ଯ୍ୟା ଅମିତାଭ ବଚ୍ଚନଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇ ଏକ ସୁନ୍ଦର ପୋଷ୍ଟ କରିଥିଲେ। ଏହି ପୋଷ୍ଟରେ ଅମିତାଭ ବଚ୍ଚନଙ୍କ ସହ ଆରାଧ୍ୟାଙ୍କୁ ଦେଖିବାକୁ ମିଳିଥିଲା। ଏହି ଫଟୋ ସେୟାର କରିବାବେଳେ ଐଶ୍ୱର୍ଯ୍ୟା ଲେଖିଥିଲେ, ହାପି ବାର୍ଥ ଡେ ପା-ଦାଦାଜୀ, ଭଗବାନ ଆପଣଙ୍କୁ ସର୍ବଦା ଆଶୀର୍ବାଦ ପ୍ରଦାନ କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe