ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ଏକାଠି ପାର୍ଟିକୁ ଗଲେ ଐଶ୍ବର୍ଯ୍ୟା-ଅଭିଷେକ

ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ଏକାଠି ନଜର ଆସି‌ଲେ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଓ ଅଭିଷେକ ବଚ୍ଚନ। ଗୁରୁବାର ରାତିରେ ଏକ ପାର୍ଟିରେ ଅନ୍ୟମାନଙ୍କ ସହ ବଲିଉଡ ଦମ୍ପତି ଫଟୋ ଉଠାଇଥିବା ଦେଖାଯାଇଥିଲା।

taishabhi

ମୁମ୍ବାଇ: ବଲିଉଡ୍‌ର ସବୁଠୁ ଲୋକପ୍ରିୟ ଦମ୍ପତ୍ତି ଅଭିଷେକ ବଚ୍ଚନ ଓ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ଛାଡ଼ପତ୍ର ଖବରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଗତ କିଛି ମାସ ହେବ ଦୁହିଁଙ୍କ ବିବାହ ବିଚ୍ଛେଦ ହେବ ବୋଲି କେହିକେହି ଇଙ୍ଗିତ କରୁଛନ୍ତି। କିନ୍ତୁ ଦୁହେଁ ମୁହଁ ଖୋଲୁନାହାନ୍ତି। କିଛି ଦିନ ତଳେ ଅଭି‌ଷେକ ଝିଅ ଆରାଧ୍ୟାକୁ ଜନ୍ମଦିନରେ ଶୁଭେଚ୍ଛା ନଦେଇ ଏହି ଚର୍ଚ୍ଚାକୁ ଆହୁରି ବଢ଼ାଇଥିଲେ। ଏହା ସହ ଦୁହେଁ କୌଣସି ପାର୍ଟିକୁ ଏକାଠି ଯାଉନଥିବାରୁ ଦୁହିଁଙ୍କ ସମ୍ପର୍କରେ ତିକ୍ତତା ଆସିଥିବା ନେଇ ଲୋକେ ଚର୍ଚ୍ଚା କରିଥିଲେ।

କିଛି ମାସ ହେଲାଣି ଏଭଳି ଚର୍ଚ୍ଚା ଚାଲିଥିବା ବେଳେ ଏବେ ଐଶ୍ବର୍ଯ୍ୟା ଓ ଅଭିଷେକ ଏକାଠି ପାର୍ଟିକୁ ଯିବା ସହ ଫଟୋ ଉଠାଇଥିବ‌ା ଦେଖାଯାଇଛି। ଗୁରୁବାର ରାତିରେ ଏକ ପାର୍ଟିରେ ଅଭିନେତ୍ରୀ ଆୟେଶା ଜୁଲ୍କା, ଅନୁ ରଂଜନ ଏବଂ ଅନ୍ୟମାନଙ୍କ ସହ ବଲିଉଡ ଦମ୍ପତି ଫଟୋ ଉଠାଇଥିବା ଦେଖାଯାଇଛି। ଐଶ୍ବର୍ଯ୍ୟାଙ୍କ ସହିତ ତାଙ୍କ ମା’ ବ୍ରିନ୍ଦା ରାୟ ପାର୍ଟିରେ ସାମିଲ ହୋଇଥିବା ସାମ୍ନାକୁ ଆସିଛି।

ଇଣ୍ଡିଆନ୍ ଟେଲିଭିଜନ ଏକାଡେମୀ (ଆଇଟିଏ)ର ପ୍ରତିଷ୍ଠାତା ଅନୁ ରଂଜନ ନିଜ ଇନଷ୍ଟାରେ ଏହି ଫଟୋ ସେୟାର କରିବା ପରେ ଏବେ ଏହା ଭାଇରାଲ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe