ମୁମ୍ବାଇ: ରବିବାର ଅପରାହ୍ନରେ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ୍ଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ନାତୁଣୀ ଆରାଧ୍ୟାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଏହି ଖବର ସାମ୍ନାକୁ ଆସିବା ପରେ ବଚ୍ଚନ ପରିବାର ପ୍ରଶଂସକଙ୍କ ମଧ୍ୟରେ ଏକ ପ୍ରକାର ଭୟର ବାତାବରଣ ଖେଳି ଯାଇଛି। କାରଣ ଗତକାଲି ଅମିତାଭ ବଚ୍ଚନ କରୋନା ପଜିଟିଭ୍ ଥିବା ଜଣାପଡ଼ିଥିବା ପରେ ପରେ ତାଙ୍କ ପୁଅ ତଥା ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନ୍ ମଧ୍ୟ କରୋନାରେ ଆକ୍ରାନ୍ତ ଥିବା ସୂଚନା ମିଳିଥିଲା। କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ଚିକିତ୍ସା ଲାଗି ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ନେଇ ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ଗତକାଲି ଐଶ୍ୱଯ୍ୟା ଓ ଆରଧ୍ୟାଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା। ଆଜି ଦ୍ୱିତୀୟ କରୋନା ପରୀକ୍ଷା କରାଯାଇଥିଲା। ଦ୍ୱିତୀୟ ରିପୋର୍ଟ ଐଶ୍ୱଯ୍ୟା ଓ ଆରଧ୍ୟାଙ୍କ ପଜିଟିଭ୍ ଆସିଥିବା ବେଳେ ଜୟା ବଚ୍ଚନଙ୍କ ରିପୋର୍ଟ ନେଗେଟିଭ ଆସିଛି। ଏପଟେ ଅମିତାଭ ଓ ଅଭିଷେକଙ୍କୁ କରୋନା ଚିକିତ୍ସା ପାଇଁ ନାନାବତୀ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି।
/sambad/media/post_attachments/90d0456d872376f6fac07490308376736713a51ec6dfa8cefc205263634f3f6a.jpg)
ଉଲ୍ଲେଖଯୋଗ୍ୟ, ଗତକାଲି ରାତି ୧୨ଟା ପାଖାପାଖି ହେବ ଅଭିଷେକ ଟୁଇଟ୍ କରି କହିଥିଲେ, ମୁଁ ଏବଂ ମୋର ବାପା ଉଭୟ କରୋନା ପରୀକ୍ଷା କରିଥିଲୁ ଏବଂ ଆମେ କୋଭିଡ୍ -୧୯ ପଜିଟିଭ୍ ଚିହ୍ନଟ ହୋଇଛୁ। ଆମ ଦୁଇ ଜଣଙ୍କ ଠାରେ ରୋଗର ସାମାନ୍ୟ ଲକ୍ଷଣ ଦେଖା ଦେଇଛି ଓ ଆମେ ଡାକ୍ତରଖାନାରେ ଭର୍ତ୍ତି ହୋଇଛୁ। ଆମେ ନିୟମ ଅନୁଯାୟୀ ସରକାରୀ ଅଧିକାରୀଙ୍କୁ ସୂଚିତ କରିଦେଇଛୁ । ଆମ ପରିବାରର ସଦସ୍ୟ ଓ କର୍ମଚାରୀଙ୍କର କରୋନା ପରୀକ୍ଷା କରାଯାଉଛି। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି କି ସମସ୍ତେ ଶାନ୍ତ ରହନ୍ତୁ ଅଯଥାରେ ଭୟଭୀତ ହୁଅନ୍ତୁ ନାହିଁ।
Follow Us