ଐଶ୍ବର୍ଯ୍ୟାଙ୍କ ଏହି ଅଭ୍ୟାସକୁ ପସନ୍ଦ କରନ୍ତିନି ଭାଇ, ସାକ୍ଷାତକାରରେ କରିସାରିଛନ୍ତି ଖୁଲାସା

Advertisment
ଐଶ୍ବର୍ଯ୍ୟାଙ୍କ ଏହି ଅଭ୍ୟାସକୁ ପସନ୍ଦ କରନ୍ତିନି ଭାଇ, ସାକ୍ଷାତକାରରେ କରିସାରିଛନ୍ତି ଖୁଲାସା

ମୁମ୍ବାଇ: ବଲିଉଡ କଳାକାର ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଛାଡପତ୍ରକୁ ନେଇ ଗଣମାଧ୍ୟମଠାରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ଅନେକ ଚର୍ଚ୍ଚା ଚାଲିଛି। ତେବେ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏହି ପ୍ରସଙ୍ଗକୁ ନେଇ ନୀରବତା ବଜାୟ ରଖିଛନ୍ତି। ଏଭଳି ପରିସ୍ଥିତିରେ ସେମାନଙ୍କ ମଧ୍ୟରେ ପ୍ରକୃତରେ ସମସ୍ୟା ରହିଛି କି ନାହିଁ ତାହା  ସନ୍ଦେହ ଘେରରେ ରହିଛି। ଏହି ଚର୍ଚ୍ଚା ମଧ୍ୟରେ ଐଶ୍ୱର୍ଯ୍ୟା ରାୟଙ୍କ ଭାଇଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଐଶ୍ୱର୍ଯ୍ୟା ରାୟଙ୍କ କେଉଁ ଅଭ୍ୟାସକୁ ଆଦୌ ପସନ୍ଦ କରନ୍ତି ନାହିଁ ବୋଲି କହୁଛନ୍ତି।

ଭାଇରାଲ ଭିଡିଓଟି ସୋ’ 'ଜୀନା ଇସି କା ନାମ ହେ'ର, ଯାହାର ଉପସ୍ଥାପନା କରୁଥିଲେ ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ଫାରୁଖ ଶେଖ। ଏହି ସୋ’ରେ ଐଶ୍ୱର୍ଯ୍ୟା ରାୟଙ୍କ ସହ ତାଙ୍କ ଭାଇ ଆଦିତ୍ୟ ରାୟ ମଧ୍ୟ ନଜର ଆସିଥିଲେ। ଫାରୁଖ ଶେଖ ତାଙ୍କୁ ପଚାରିଥିଲେ ଯେ ଐଶ୍ୱର୍ଯ୍ୟା ରାୟଙ୍କର କେଉଁ ଅଭ୍ୟାସକୁ ସେ ଆଦୌ ପସନ୍ଦ କରନ୍ତି ନାହିଁ। ପ୍ରଥମେ ଆଦିତ୍ୟ ରାୟ ପ୍ରତିକ୍ରିୟା ଦେବା ପାଇଁ ଟିକେ ଦ୍ୱିଧା କରିଥିଲେ। ହେଲେ ପରେ ସେ କହିଥିଲେ ଯେ, ଐଶ୍ୱର୍ଯ୍ୟା ତାଙ୍କର କିଛି ନିଷ୍ପତ୍ତିକୁ ନେଇ ଜିଦ୍ କରନ୍ତି, ଯାହାକୁ ମୁଁ ପସନ୍ଦ କରେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe