କେବଳ ଜଣକୁ ଫଲୋ କରନ୍ତି ୧୪.୩ମିଲିୟନ ଫଲୋୟର୍ସ ଥିବା ଐଶ୍ବର୍ଯ୍ୟା

Advertisment

୧୪.୩ ମିଲିୟନ ଫଲୋୟର୍ସ ଥିବା ଐଶ୍ୱର୍ଯ୍ୟା ରାୟ ଇନଷ୍ଟାଗ୍ରାମରେ କେବଳ ଜଣେ ବ୍ୟକ୍ତିଙ୍କୁ ଫଲୋ କରନ୍ତି ବୋଲି ଜଣାଯାଇଛି। ଆଉ ସେ ହେଉଛନ୍ତି ତାଙ୍କ ସ୍ବାମୀ ଅଭିଷେକ ବଚ୍ଚନ।

୧୪.୩ ମିଲିୟନ ଫଲୋୟର୍ସ ଥିବା ଐଶ୍ୱର୍ଯ୍ୟା ରାୟ ଇନଷ୍ଟାଗ୍ରାମରେ କେବଳ ଜଣେ ବ୍ୟକ୍ତିଙ୍କୁ ଫଲୋ କରନ୍ତି ବୋଲି ଜଣାଯାଇଛି। ଆଉ ସେ ହେଉଛନ୍ତି ତାଙ୍କ ସ୍ବାମୀ ଅଭିଷେକ ବଚ୍ଚନ।

aishwa

ମୁମ୍ବାଇପୁଣି ଚର୍ଚ୍ଚାକୁ ଆସିଛନ୍ତି ବଚ୍ଚନ ପରିବାର। କୌଣସି ଫିଲ୍ମ ବା ବଡ଼ କାର୍ଯ୍ୟକ୍ରମ ପାଇଁ ନୁହେଁ, ବଲିଉଡ୍‌ର ସବୁଠୁ ଲୋକପ୍ରିୟ ଦମ୍ପତ୍ତି ଅଭିଷେକ ବଚ୍ଚନ ଓ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ଛାଡ଼ପତ୍ର ଖବରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଗତ କିଛି ମାସ ହେବ ଦୁହିଁଙ୍କ ବିବାହ ବିଚ୍ଛେଦ ହେବ ବୋଲି କେହିକେହି ଇଙ୍ଗିତ କରୁଛନ୍ତି। କିନ୍ତୁ ଦୁହେଁ ମୁହଁ ଖୋଲୁନାହାନ୍ତି। ଐଶ୍ବର୍ଯ୍ୟା ନିଜ ଝିଅ ଆରାଧ୍ୟାଙ୍କୁ ଧରି ବିଭିନ୍ନ ଉତ୍ସବକୁ ଯାଉଥିବା ବେଳେ ଅଭିଷେକ ବଚ୍ଚନ ପରିବାର ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ଏମଧ୍ୟରେ ଅଭିଷେକ ବଚ୍ଚନଙ୍କ ନାମ ଅଭିନେତ୍ରୀ ନିମ୍ରତ କୌରଙ୍କ ସହ ଯୋଡାଯାଉଛି। ତେବେ ଏତେ ସବୁ ଚର୍ଚ୍ଚାକୁ ନେଇ ବଚ୍ଚନ ପରିବାର ମୁହଁ ଖୋଲିନଥିବା ବେଳେ ଏବେ ଐଶ୍ୱର୍ଯ୍ୟା ରାୟଙ୍କ ଇନଷ୍ଟାଗ୍ରାମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

୧୪.୩ ମିଲିୟନ ଫଲୋୟର୍ସ ଥିବା ଐଶ୍ୱର୍ଯ୍ୟା ରାୟ ଇନଷ୍ଟାଗ୍ରାମରେ କେବଳ ଜଣେ ବ୍ୟକ୍ତିଙ୍କୁ ଫଲୋ କରନ୍ତି ବୋଲି ଜଣାଯାଇଛି। ଆଉ ସେ ହେଉଛନ୍ତି ସ୍ବାମୀ ଅଭିଷେକ ବଚ୍ଚନ। ଛାଡପତ୍ର ଖବର ସତ୍ତ୍ବେ ସେ ତାଙ୍କୁ ଫଲୋ କରୁଥିବା ଦେଖାଯାଇଛି। ଏହା ଦେଖି ଦୁହିଁଙ୍କ ମଧ୍ୟରେ ସବୁ କିଛି ଠିକ୍ ଅଛି ବୋଲି ଲୋକେ ବିଶ୍ବାସ କରିବା ଆରମ୍ଭ କରିଛନ୍ତି।

ଦୁହିଁଙ୍କ ବିବାହକୁ ୧୭ବର୍ଷ ବିତିସାରିଥିବା ବେଳେ ଦୁହେଁ ଏକ କନ୍ୟା ସନ୍ତାନର ମାତାପିତା ଅଟନ୍ତି। ଗତ କିଛି ଦିନ ହେବ ଦୁହେଁ ସାଥୀରେ ନଜର ଆସୁନଥିବାରୁ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ହେଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe