ମଞ୍ଚରେ ଐଶ୍ୱର୍ଯ୍ୟା ମା’ ଡାକିବା ପରେ ରେଖାଙ୍କ ଥିଲା ଏଭଳି ପ୍ରତିକ୍ରିୟା

୨୨ତମ ଷ୍ଟାର୍ ସ୍କ୍ରିନ୍ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ପୁରସ୍କାର ପାଇବା ପରେ ରେଖାଙ୍କୁ ଧନ୍ୟବାଦ ଜଣାଇ ଐଶ୍ୱର୍ଯ୍ୟା କହିଥିଲେ, "ମୋ ମାଆଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରି ବହୁତ ଭଲ ଲାଗୁଛି।"

ନପଦନ

ନୂଆଦିଲ୍ଲୀ: କିଛିଦିନ ହେବ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ଛାଡପତ୍ର ହେବାର ନେଇ ଗୁଜବ ଉଠିଛି। ଏଭଳି ଗୁଜବ ମଧ୍ୟରେ ଗତକାଲି ଐଶ୍ୱର୍ଯ୍ୟା ୧୮ତମ ବିବାହ ବାର୍ଷିକୀ ଅବସରରେ ଅଭିଷେକଙ୍କୁ ଶୁଭେଚ୍ଛା ଜଣାଇ  ଏକ ପରିବାର ଫଟୋ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟ ଛାଡପତ୍ରର ଗୁଜବ ଉପରେ ପୁନଃଚ୍ଛେଦ ପକାଇ ଦେଇଛି।  

ଦେଖିବାକୁ ଗଲେ ଶାଶୁ ଜୟା ବଚ୍ଚନଙ୍କ ସହିତ ଐଶ୍ୱର୍ଯ୍ୟା ରାୟଙ୍କ ସମ୍ପର୍କ ଭଲ ନଥିବା ନେଇ ‌ବି ଅନେକ ସମୟରେ ଖବର ଉଠିଥାଏ। ଏହି କ୍ରମରେ ରେଖା ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ବର୍ଷବର୍ଷ ଧରି ଏକ ଦୃଢ଼ ସମ୍ପର୍କ ରହିଥିବା ‌ସମସ୍ତେ ଜାଣିଛନ୍ତି। ରେଖା ଓ ଐଶ୍ୱର୍ଯ୍ୟାଙ୍କ ଯୋଡ଼ିକୁ ବି ଲୋକେ ଖୁବ ପସନ୍ଦ କରନ୍ତି।

୨୨ତମ ଷ୍ଟାର୍ ସ୍କ୍ରିନ୍ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଚମତ୍କାର ଅଭିନୟ ପାଇଁ ପୁରସ୍କୃତ କରାଯାଇଥିଲା । ମଞ୍ଚ ଉପରେ ଐଶ୍ୱର୍ଯ୍ୟାଙ୍କୁ ଚମତ୍କାର ଅଭିନୟ ପାଇଁ ରେଖା ହିଁ ପୁରସ୍କୃତ କରିଥିଲେ । 

ଏହି ଅବସରରେ ମଞ୍ଚ ଉପରେ ରେଖାଙ୍କୁ ଧନ୍ୟବାଦ ଜଣାଇ ଐଶ୍ୱର୍ଯ୍ୟା କହିଥିଲେ, "ମୋ ମାଆଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରି ବହୁତ ଭଲ ଲାଗୁଛି।"
ଯାହାର ଉତ୍ତରରେ ରେଖା କହିଥିଲେ, "ମୁଁ ଆଶା କରୁଛି ମୁଁ ଏହାକୁ ଆହୁରି ଅନେକ ବର୍ଷ ପର୍ଯ୍ୟନ୍ତ ତୁମକୁ ଉପହାର ଦେଇପାରିବି।’

ଏହି କାର୍ଯ୍ୟକ୍ରମରେ ଐଶ୍ୱର୍ଯ୍ୟା ରେଖାଙ୍କୁ 'ମା' ବୋଲି ଡାକିବା ଘଟଣାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। 

ଐଶ୍ୱର୍ଯ୍ୟା କିମ୍ବା ରେଖା ଏ ବିଷୟରେ କୌଣସି ସ୍ପଷ୍ଟୀକରଣ ଦେଇ ନଥିବା ବେଳେ କିଛି ୱେବସାଇଟ୍ ଦର୍ଶାଇଛି ଯେ ଦକ୍ଷିଣରେ ଯେତେବେଳେ ଆପଣ କୌଣସି ମହିଳାଙ୍କୁ ସମ୍ମାନ ଦେବାକୁ ଚାହାଁନ୍ତି ସେତେବେଳେ ତାଙ୍କୁ 'ମା' ବୋଲି କୁହାଯାଏ, ଏହା ହିନ୍ଦୀରେ 'ଜି' ପରି ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe