ଅଭିଷେକ ବହୁତ ଯୁକ୍ତି କରନ୍ତି; ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ଐଶ୍ବର୍ଯ୍ୟାଙ୍କ ଏଭଳି ଭିଡିଓ ଭାଇରାଲ

Advertisment
ଅଭିଷେକ ବହୁତ ଯୁକ୍ତି କରନ୍ତି; ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ଐଶ୍ବର୍ଯ୍ୟାଙ୍କ ଏଭଳି ଭିଡିଓ ଭାଇରାଲ

ମୁମ୍ବାଇ: ପୁଣି ଚର୍ଚ୍ଚାକୁ ଆସିଛନ୍ତି ବଚ୍ଚନ ପରିବାର। କୌଣସି ଫିଲ୍ମ ବା ବଡ଼ କାର୍ଯ୍ୟକ୍ରମ ପାଇଁ ନୁହେଁ, ବଲିଉଡ୍‌ର ସବୁଠୁ ଲୋକପ୍ରିୟ ଦମ୍ପତ୍ତି ଅଭିଷେକ ବଚ୍ଚନ ଓ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ଛାଡ଼ପତ୍ର ଖବରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଗତ କିଛି ମାସ ହେବ ଦୁହିଁଙ୍କ ବିବାହ ବିଚ୍ଛେଦ ହେବ ବୋଲି କେହିକେହି ଇଙ୍ଗିତ କରୁଛନ୍ତି। କିନ୍ତୁ ଦୁହେଁ ମୁହଁ ଖୋଲୁନାହାନ୍ତି। ଐଶ୍ବର୍ଯ୍ୟା ନିଜ ଝିଅ ଆରାଧ୍ୟାଙ୍କୁ ଧରି ବିଭିନ୍ନ ଉତ୍ସବକୁ ଯାଉଥିବା ବେଳେ ଅଭିଷେକ ବଚ୍ଚନ ପରିବାର ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ନିକଟରେ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହରେ ଦୁହେଁ ଅଲଗା ଅଲଗା ଆସିଥିବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏଭଳି ସମୟରେ ଏବେ ଐଶ୍ବର୍ଯ୍ୟ‌ାଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ‌ସେ ସ୍ବାମୀ ଅଭିଷେକ ବହୁତ ଯୁକ୍ତି କରନ୍ତି ବୋଲି କହୁଛନ୍ତି।

ଫିଲ୍ମଫେୟାରକୁ ଦେଇଥିବା ଏକ ପୁରୁଣା ସାକ୍ଷାତକାରରେ ଐଶ୍ୱର୍ଯ୍ୟା ତାଙ୍କର ଏବଂ ଅଭିଷେକଙ୍କ ମଧ୍ୟରେ କେଉଁ କଥାକୁ ନେଇ ମତଭେଦ ହୁଏ, ତାହା କହିଥିଲେ। ସେ କହିଥିଲେ ଯେ, ଏହା ସେମାନଙ୍କ ବ୍ୟକ୍ତିଗତ ପ୍ରସଙ୍ଗ। କେହି ବି ଜାଣିବାକୁ ଚାହିଁବେ ନାହିଁ।” ଏଭଳି କହିବା ପରେ ଐଶ୍ବର୍ଯ୍ୟା ସତ କଥାଟି ଜଣାଇଥିଲେ। ସେ କହିଥିଲେ, ଆମେ ଦୁହେଁ ବହୁତ ଦୃଢ଼ ଏବଂ ନିଜ ମତାମତ ନିର୍ଭୟରେ ରଖୁଥିବା ବ୍ୟକ୍ତିତ୍ୱ। ତେଣୁ ଆମେ ଏବେ ଯୁକ୍ତି ଏବଂ ଆଲୋଚନା ମଧ୍ୟରେ ପାର୍ଥକ୍ୟ ଶିଖୁଛୁ। କୌଣସି ବିଷୟରେ ଆମେ ଆଲୋଚନା କରୁଥିବା ବେଳେ ଏହା ଯୁକ୍ତି କଲାଭଳି ଲାଗେ। କିନ୍ତୁ ପ୍ରକୃତରେ ଆମେ ଆଲୋଚନା କରୁଥାଉ। ମୋର ଏବଂ ଅଭିଷେକଙ୍କ ଚିନ୍ତାଧାରାରେ ବହୁତ ପାର୍ଥକ୍ୟ ଅଛି। ଆମେ ଅନେକ ଜିନିଷ ବିଷୟରେ ଯୁକ୍ତି କରୁ। କିନ୍ତୁ ଅଭିଷେକ ସବୁଠୁ ଅଧିକ ଯୁକ୍ତି କରନ୍ତି ଏବଂ ମୁଁ ଏହାକୁ ଆଦୌ ପସନ୍ଦ କରେ ନାହିଁ। ଯେତେବେଳେ ସେ ଯୁକ୍ତି କରନ୍ତି, ମୋତେ ତାହା ଝଗଡ଼ା ଭଳି ଲାଗେ। ”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe