ଝିଅର ଜନ୍ମଦିନ ପାଳନ କରିବା ତ ଦୂରର କଥା ଶୁଭେଚ୍ଛା ବି ଦେଲେନି ଅଭିଷେକ

ଗତ କିଛି ମାସ ହେବ ବଲିଉଡର ଲୋକପ୍ରିୟ ଦମ୍ପତ୍ତି ଐଶ୍ବର୍ଯ୍ୟା ରାୟ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ହେଉଛି। ଏମଧ୍ୟରେ ଝିଅର ଜନ୍ମଦିନ ପାଳନ କରିବା ତ ଦୂରର କଥା ଶୁଭେଚ୍ଛା ବି ଦେଇନାହାନ୍ତି ଅଭିଷେକ।

tara

ମୁମ୍ବାଇ: ଦେଶର ସବୁଠାରୁ ପ୍ରତିଭାଶାଳୀ, ଗ୍ଲାମରସ୍ ଏବଂ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଅନ୍ୟତମ। ବିଗତ ଦୁଇ ଦଶନ୍ଧି ମଧ୍ୟରେ ଐଶ୍ୱର୍ଯ୍ୟା; ମଧୁବାଲା, ୱାହିଦା ରେହମାନ, ନୂତନ୍ ଏବଂ ହେମା ମାଳିନୀଙ୍କ ପରି କିମ୍ବଦନ୍ତୀ ମାନ୍ୟତା ହାସଲ କରିଛନ୍ତି। ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଉଜ୍ଜ୍ୱଳ କ୍ୟାରିଅର୍ ୧୯୯୪ରେ ମିସ୍ ୱାର୍ଲ୍ଡ ହେବା ସହିତ ଆରମ୍ଭ ହୋଇଥିଲା | ଏହା ପରେ ସେ ୧୯୯୭ରେ ମଣି ରତ୍ନମଙ୍କ ତାମିଲ ଚଳଚ୍ଚିତ୍ର 'ଇରୁବର୍' ସହିତ ଅଭିନୟ ଜୀବନ ଆରମ୍ଭ କରିଥିଲେ | ଏହି ଫିଲ୍ମ ପରେ ସେ ଆଉ ପଛକୁ ଫେରି ଚାହିଁନଥିଲେ। ଗୋଟେ ପରେ ଗୋଟେ ସୁପରହିଟ୍ ଫିଲ୍ମ ଦେବା ପରେ ସେ ୨୦୦୭ରେ ଅଭିନେତ‌ା ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ।

ଏବେ ଦୁହିଁଙ୍କ ବିବାହରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ହେଉଛି। ଐଶ୍ବର୍ଯ୍ୟା ଓ ଅଭିଷେକ ସାଥୀରେ ନଜର ଆସୁନଥିବାରୁ ଏଭଳି ଚର୍ଚ୍ଚା ଚାଲିଛି। ଏମଧ୍ୟରେ ଅଭି‌ଷେକ ଝିଅ ଆରାଧ୍ୟାକୁ ଜନ୍ମଦିନରେ ଶୁଭେଚ୍ଛା ନଦେଇ ଏହି ଚର୍ଚ୍ଚାକୁ ଆହୁରି ବଢ଼ାଇଛନ୍ତି। ଆରାଧ୍ୟାଙ୍କ ଜନ୍ମଦିନରେ କେବଳ ଐଶ୍ବର୍ଯ୍ୟା ତାଙ୍କ ସହ ଜନ୍ମଦିନ ପାଳନ କରିଥିବା ବେଳେ ଫଟୋ ସେୟାର କରିଥିଲେ। ହେଲେ ଅଭିଷେକ ଫଟୋରେ ନଜର ଆସିନଥିଲେ।

ଆରାଧ୍ୟା ଓ ଐଶ୍ବର୍ଯ୍ୟାଙ୍କ ଦିବଂଗତ ବାପାଙ୍କ ଜନ୍ମଦିନ ଗୋଟାଏ ଦିନରେ ପଢ଼ୁଥିବାରୁ ‌ସେ ଦୁହିଁଙ୍କୁ ଏକା ସାଙ୍ଗରେ ଜନ୍ମଦିନର ଶୁ‌ଭେଚ୍ଛା ଜଣାଇଥିବା ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe