ଐଶ୍ବର୍ଯ୍ୟାଙ୍କ ନାମରୁ ବଚ୍ଚନ ସାଙ୍ଗିଆ ହଟିବାରୁ ଭିଡିଓ ହେଲା ଭାଇରାଲ୍‌

ଦୁବାଇରେ ଆୟୋଜିତ ଗ୍ଲୋବଲ ୱମେନ ଫୋରମରେ ଭାଗ ନେବା ସମୟରେ ସ୍କ୍ରିନରୁ କଟିଲା ଐଶ୍ବର୍ଯ୍ୟା ରାଏଙ୍କ ନାମରୁ ବଚ୍ଚନ ସାଙ୍ଗିଆ। ଐଶ୍ବର୍ଯ୍ୟାଙ୍କ ଫ୍ୟାନ୍ସଙ୍କ ମନରେ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନବାଚୀ।

ùZGe

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାଏଙ୍କ ଆକର୍ଷଣୀୟ ବ୍ୟକ୍ତିତ୍ବ ସର୍ବଦା ଚର୍ଚ୍ଚାରେ ରହିଥାଏ। କିଛିଦିନ ହେବ ଐଶ୍ବର୍ଯ୍ୟା ଓ ଅଭିଷେକ ବଚ୍ଚନଙ୍କ ସମ୍ପର୍କକୁ ନେଇ ଅନେକ ପ୍ରକାର ଖବର ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହି ଖବର ମଧ୍ୟରେ ଐଶ୍ବର୍ଯ୍ୟା ଓ ଅଭିଷେକଙ୍କ ଛାଡ଼ପତ୍ର ଖବର ବି ରହିଛି। ଏସବୁ ଖବର କ୍ରମାଗତ ଭାବେ ସାମ୍ନାକୁ ଆସୁଥିବା ବେଳେ ଐଶ୍ବର୍ଯ୍ୟା କି ଅଭିଷେକ ଏନେଇ ଏଯାବତ କୌଣସି ପ୍ରକାର ପ୍ରତିକ୍ରିୟା ଦେଇ ନାହାନ୍ତି। 

ଏହି କ୍ରମରେ ଐଶ୍ବର୍ଯ୍ୟାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯାହାକୁ ଦେଖିବା ପରେ ଦର୍ଶକଙ୍କ ମଧ୍ୟରେ ଅଭିଷେକଙ୍କ ସହ ଐଶ୍ବର୍ଯ୍ୟାଙ୍କ ବିଚ୍ଛେଦ ଖବର ପୁଣି ମୁଣ୍ଡ ଟେକିଛି।

ଐଶ୍ବର୍ଯ୍ୟା ଦୁବାଇରେ ଆୟୋଜିତ ଗ୍ଲୋବଲ ୱମେନ ଫୋରମରେ ଭାଗ ନେବା ପାଇଁ ପହଞ୍ଚିଥିଲେ।  ଏହି କାର୍ଯ୍ୟକ୍ରମରେ ଏମିତି ଏକ ଘଟଣା ଘଟିଥିଲା ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି କାର୍ଯ୍ୟକ୍ରମରେ ମଞ୍ଚ ଉପ‌ରେ ଲାଗିଥିବା ସ୍କ୍ରିନରେ ଐଶ୍ବର୍ଯ୍ୟା ରାଏଙ୍କ ନାମରୁ ବଚ୍ଚନ ସାଙ୍ଗିଆ ହଟିଯାଇଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ଲୋକମାନଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଲୋକେ ପ୍ରଶ୍ନ କରୁଛନ୍ତି କି, ମଞ୍ଚ ଉପରେ ଲାଗିଥିବା ସ୍କ୍ରିନରେ ଐଶ୍ବର୍ଯ୍ୟା ରାଏଙ୍କ ନାମରୁ ବଚ୍ଚନ ହଟିଯିବା ଘଟଣା ତ୍ରୁଟି ହେତୁ ହୋଇଛି ନା ଏହା ପଛର କିଛି କାରଣ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe