ଅଭିଷେକଙ୍କ ପରେ ଆଙ୍ଗୁଠିରୁ ମୁଦି କାଢ଼ିଲେ ଐଶ୍ବର୍ଯ୍ୟା, ଭାଇରାଲ ହେଲା ଭିଡିଓ

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏକ ପୁରସ୍କାର ‌ସୋ’ରେ ଯୋଗଦେବା ପାଇଁ ଦୁବାଇ ଯାଇଛନ୍ତି। ସେଠାରୁ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ ବିବାହ ମୁଦି ପିନ୍ଧି ନଥିବା ଦେଖିବାକୁ ମିଳିଛି |

aishw

ମୁମ୍ବାଇ: ପୁଣି ଚର୍ଚ୍ଚାକୁ ଆସିଛନ୍ତି ବଚ୍ଚନ ପରିବାର । କୌଣସି ଫିଲ୍ମ ବା ବଡ଼ କାର୍ଯ୍ୟକ୍ରମ ପାଇଁ ନୁହେଁ, ବଲିଉଡ୍‌ର ସବୁଠୁ ଲୋକପ୍ରିୟ ଦମ୍ପତ୍ତି ଅଭିଷେକ ବଚ୍ଚନ ଓ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ଛାଡ଼ପତ୍ର ଖବରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଗତ କିଛି ମାସ ହେବ ଦୁହିଁଙ୍କ ବିବାହ ବିଚ୍ଛେଦ ହେବ ବୋଲି କେହିକେହି ଇଙ୍ଗିତ କରୁଛନ୍ତି। କିନ୍ତୁ ଦୁହେଁ ମୁହଁ ଖୋଲୁନାହାନ୍ତି। ଐଶ୍ବର୍ଯ୍ୟା ନିଜ ଝିଅ ଆରାଧ୍ୟାଙ୍କୁ ଧରି ବିଭିନ୍ନ ଉତ୍ସବକୁ ଯାଉଥିବା ବେଳେ ଅଭିଷେକ ବଚ୍ଚନ ପରିବାର ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ଏଭଳି ସମୟରେ ଏବେ ଐଶ୍ବର୍ଯ୍ୟ‌ା, ଅଭିଷେକ ଦେଇଥିବା ମୁଦି ଅଙ୍ଗୁଠିରେ ପିନ୍ଧିନଥିବା ଦେଖିବାକୁ ମିଳିଛି।

ଐଶ୍ବର୍ଯ୍ୟାଙ୍କ ଏକ ଭିଡିଓ ଖୁବ ଭାଇରାଲ ହେଉଛି, ଯେଉଁଥିରେ ସେ ଆଙ୍ଗୁଠିରେ ମୁଦି ପିନ୍ଧିନଥିବା ଦେଖିବାକୁ ମିଳିଛି। ଭାଇରାଲ ହେଉଥିବା ଭିଡିଓ ଦୁବାଇର। ଐଶ୍ବର୍ଯ୍ୟା ଝିଅ ଆରାଧ୍ୟାକୁ ନେଇ ସିମା ପୁରସ୍କାରରେ ଯୋଗ ଦେବାକୁ ଦୁବାଇ ଯାଇଥିବା ବେଳେ ତାଙ୍କ ଆଙ୍ଗୁଠିରେ ମୁଦି ନଥିବା ଦେଖାଯାଇଥିଲା। ଭିଡିଓରେ ଐଶ୍ୱର୍ଯ୍ୟାଙ୍କୁ ଆୟୋଜକ ସ୍ୱାଗତ କରୁଥିବା ସହ ଜଣେ ପ୍ରଶଂସକ ଏକ ପୁଷ୍ପଗୁଚ୍ଛ ଆଣି ଦେବାରୁ ଅଭିନେତ୍ରୀ ଖୁସି ଖୁସି ଏହାକୁ ଗ୍ରହଣ କରିଥିଲେ। ଏହି ସମୟରେ ତାଙ୍କ ଆଙ୍ଗୁଠିରେ ମୁଦି ନଥିବା ଦେଖାଯାଇଥିଲା। 

ପୂର୍ବରୁ ଅଭିଷେକଙ୍କ ଆଙ୍ଗୁଠିରେ ଐଶ୍ବର୍ଯ୍ୟା ଦେଇଥିବା ମୁଦି ନଥିବା ଦେଖାଯାଇଥିଲା। ତାଙ୍କର ଏହି ଭିଡିଓ ଖୁବ ଭାଇରାଲ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe