ବଲିଉଡ଼୍ର ସୁନ୍ଦରୀ ଅଭିନେତ୍ରୀ ତଥା ବଚ୍ଚନ ପରିବାରର ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଆଜିକାଲି ଫିଲ୍ମ‘ଫନ୍ନେ ଖାନ୍’ର ସୁଟିଂକୁ ନେଇ ସଂପୂର୍ଣ୍ଣ ଭାବରେ ବ୍ୟସ୍ତ ଥିଲାବେଳେ,ଏଥିରେ ତାଙ୍କୁ ଜଣେ ଗାୟିକାର ଚରିତ୍ରରେ ଦେଖିବାକୁ ପାଇବେ ତାଙ୍କର ପ୍ରଶଂସକ। ତେବେ ଶେଷ ଥର ଲାଗି ଐଶ୍ଙ୍କୁ ତାଙ୍କର ଫ୍ୟାନ୍ ଫିଲ୍ମ ‘ଏ ଦିଲ୍ ହେ ମୁସ୍କିଲ୍’ଜରିଆରେ ଅଭିନେତା ରଣବୀର୍ କପୁର୍ଙ୍କ ବିପକ୍ଷରେ ପାଇଥିଲାବେଳେ,ସେଥିରେ ତାଙ୍କୁ ମଧ୍ୟ ଦର୍ଶକଙ୍କର ଢ଼େର୍ ସାରା ପ୍ୟାର୍ ମିଳିଥିଲା।ହେଲେ ଏବେ ଫିଲ୍ମ ‘ଫନ୍ନେ ଖାନ୍’ରେ ଐଶ୍ଙ୍କୁ ଅଭିନେତା ରାଜକୁମାର ରାଓଙ୍କ ବିପକ୍ଷରେ ଅଭିନୟ କରୁଥିବାର ଦେଖିବାକୁ ପାଇବେ ଦର୍ଶକ,ଯେଉଁଥିରେ କି ସିନିଅର୍ ଅଭିନେତା ଅନୀଲ୍ କପୁର୍ ମଧ୍ୟ ଏକ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ସିନେମାକୁ ନେଇ ନୀଳନୟନା ଐଶ୍ୱର୍ଯ୍ୟା ଖୁବ୍ ବ୍ୟସ୍ତ ରହୁଛନ୍ତି। ହେଲେ ଏହା ଭିତରେ ବଲିଉଡ଼୍ର ଏହି ସୁନ୍ଦରୀ ଅଭିନେତ୍ରୀ ତାଙ୍କର ଗେହ୍ଲୀ ୫ବର୍ଷର ଝିଅ ଆରାଧ୍ୟାଙ୍କୁ ଅଧିକ ଗୁରୁତ୍ୱ ଦେଉଛନ୍ତି।
ତେବେ ଏନେଇ ଐଶ୍ୱର୍ଯ୍ୟାଙ୍କର ଜଣେ ସଂପର୍କୀୟ ସୂଚନା ଦେଇଛନ୍ତି ଯେ,ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କ ଲାଗି ତାଙ୍କ ଝିଅ ବହୁତ ଗୁରୁତ୍ୱପୂର୍ଣ୍ଣ । ଆଉ ଏହାର ଉଦାହରଣ ଦେବାକୁ ଯାଇ ସେ କହିଛନ୍ତି ଐଶ୍ ଏବେ ତାଙ୍କର ନୂଆ ଫିଲ୍ମ ‘ଫନ୍ନେ ଖାନ୍’ର ସୁଟିଂର କାର୍ଯ୍ୟକୁ ନେଇ ବ୍ୟସ୍ତ ରହୁଥିଲେ ବି ଝିଅ ଆରାଧ୍ୟାଙ୍କୁ ବିଦ୍ୟାଳୟରେ ଛାଡ଼ୁଛନ୍ତି ଏବଂ ଦ୍ୱିପ୍ରହରରେ ବିଦ୍ୟାଳୟକୁ ଯାଇ ଝିଅକୁ ପିକ୍ ମଧ୍ୟ କରୁଛନ୍ତି। ଏଥିସହିତ ସେ ତାଙ୍କ ସହିତ ସୁଟିଂ ସେଟ୍କୁ ଝିଅ ଆରାଧ୍ୟାକୁ ସାଂଗରେ ନେଇକି ଯାଉଛନ୍ତି।ଆଉ ସବୁଠୁଁ ବଡ଼ କଥା ହେଲା ଯେ,ସୁଟିଂ ସେଟ୍ରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା କେବଳ ତାଙ୍କ ଘର ଲୋକଙ୍କର ଫୋନ୍ କଲ୍କୁ ଆଟେଣ୍ଡ କରିବା ସହିତ ଅନ୍ୟ କାହା କଲ୍ର ଜବାବ୍ ଦେଉନାହାନ୍ତି,ଯେଉଁଥିରୁ ସଂପୂର୍ଣ୍ଣ ରୂପେ ବାରି ହେଇପଡ଼ୁଛି ଯେ, ସେ ତାଙ୍କ କର୍ତ୍ତବ୍ୟକୁ ସୂଚାରୁ ରୂପେ ତୁଲାଉଛନ୍ତି।