ଅକ୍ଷୟ କୁମାରଙ୍କ ‘ପ୍ୟାଡମ୍ୟାନ୍‌’ ପରେ ପାକିସ୍ତାନରେ ‘ଅୟାରି’ ଚଳଚ୍ଚିତ୍ର ପ୍ରଦର୍ଶନ ଉପରେ ନିଷେଧାଦେଶ ଜାରି

Advertisment
ଅକ୍ଷୟ କୁମାରଙ୍କ ‘ପ୍ୟାଡମ୍ୟାନ୍‌’ ପରେ ପାକିସ୍ତାନରେ ‘ଅୟାରି’ ଚଳଚ୍ଚିତ୍ର ପ୍ରଦର୍ଶନ ଉପରେ ନିଷେଧାଦେଶ ଜାରି

ମୁମ୍ବାଇ: ଗତ ସପ୍ତାହରେ କିପରି ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ପ୍ୟାଡ୍‌ମ୍ୟାନ୍‌’କୁ ପାକିସ୍ତାନ ବିରୋଧ କରିଥିଲା ତାହା ତ ସୋସିଆଲ୍‌ ମିଡିଆରେ ଛାଇ ଯାଇଥିଲା। ଏ ସପ୍ତାହରେ ସମାନ ପରସ୍ଥିତିରେ ପଡ଼ିଛି ଚଳଚ୍ଚିତ୍ର ‘ଅୟାରି’। ଏହି ଚଳଚ୍ଚିତ୍ରଟି ରିଲିଜ୍‌ ହେବା ପରେ ପାକିସ୍ତାନରେ ରିଲିଜ୍‌ ପାଇଁ ଅନୁମତି ପାଇ ପାରିନାହିଁ।

publive-image

ନୀରଜ ପାଣ୍ଡେଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଅୟାରି’ ଶୁକ୍ରବାର ଦେଶର ପ୍ରେକ୍ଷାଳୟଗୁଡ଼ିକରେ ଦେଖିବାକୁ ମିଳିଛି। ଚଳଚ୍ଚିତ୍ରଟିରେ ଭାରତୀୟ ସେନାଙ୍କ ବିଷୟରେ ପ୍ରଦର୍ଶନ କରାଯାଇଛି। ଯାହାକୁ କି ପାକିସ୍ତାନ ଭୁଲ୍‌ ଭାବେ ଗ୍ରହଣ କରିଛି। ଜାଣିରଖନ୍ତୁ ଯେ କେବଳ ଏହି ଚଳଚ୍ଚିତ୍ର ନୁହେଁ, ପୂର୍ବରୁ ଭାରତୀୟ ଯବାନଙ୍କ ବୀରତ୍ୱ ପ୍ରଦର୍ଶନ କରାଯାଇ ଯେଉଁ ସବୁ ଚଳଚ୍ଚିତ୍ର ନିର୍ମାଣ ହୋଇଛି ତାହାକୁ ପାକିସ୍ତାନ ବିରୋଧ କରିଛି। ପାକିସ୍ତାନ ନିଜ ଦେଶରେ ରିଲିଜ୍‌ ପାଇଁ ପୂର୍ବରୁ ଅନୁମତି ଦେଇନଥିବା ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ରହିଛି ‘ବେବି’, ‘ନାମ ସାବନା’ , ‘ଫାଣ୍ଟୋମ୍‌’ ଇତ୍ୟାଦି।

publive-image

ଜାନୁଆରି ୨୬ ତାରିଖରେ ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିଥାନ୍ତା। ମାତ୍ର ୨୫ ତାରିଖରେ ଅକ୍ଷୟଙ୍କ ‘ପ୍ୟାଡ୍‌ମ୍ୟାନ’ ରିଲିଜ୍‌ ହେବାକୁ ଥିବାରୁ ଏହାକୁ ଫେବ୍ରୁଆରି ୯ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ମାତ୍ର ‘ପଦ୍ମାବତୀ’ ରିଲିଜ୍‌ ହୋଇଥିବା ହେତୁ ‘ପ୍ୟାଡ୍‌ମ୍ୟାନ୍‌’ ପରବର୍ତ୍ତୀ ମୁହୂର୍ତ୍ତରେ ଫେବ୍ରୁଆରି ୯ରେ ରିଲିଜ୍‌ ହୋଇଥିଲା। ଫଳରେ ‘ଅୟାରି’ ୧୬ ତାରିଖ ଅର୍ଥାତ ଆଜି ମୁକ୍ତିଲାଭ କରିଛି। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ମନୋଜ ବାଜପେୟୀ, ସିଦ୍ଧାର୍ଥ ମଲହୋତ୍ରା, ରାକୁଲ୍‌ ସିଂହ ପ୍ରୀତ, ପୁଜା ଚୋପ୍ରା, ନସରୁଦ୍ଦିନ୍‌ ଶା, ଅନୁପମ୍‌ ଖେର୍‌, କୁମୁନ୍ଦ ମିଶ୍ର, ଅଦିଲ୍‌ ହୁସେନ୍‌ ଏବଂ ବିକ୍ରମ୍‌ ଗୋଖଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe