Hindustan Times
ଅଭିନେତା ଅଜୟ ଦେବଗନ ନିଜ ଝିଅ ନ୍ୟାସାର ଜନ୍ମଦିନର ଏକ ବିଶେଷ ମୁହୂର୍ତର ଫଟୋ ସେୟାର କରିଛନ୍ତି। ସେ ଏହି ପୋଷ୍ଟ ସହ ଝିଅ ଉଦ୍ଦେଶ୍ୟରେ ଲେଖିଛନ୍ତି, ତୁମେ ଆଜି ଓ ସବୁଦିନ ଖୁସିରେ ରୁହ। କାଜୋଲ୍ ମଧ୍ୟ ନ୍ୟାସା ସହ ଏକ ସଂଗୃହୀତ ଫଟୋ ସେୟାର କରିଛନ୍ତି। ଜନ୍ମଦିନର ଶୁଭେଚ୍ଛା ସହ ଘରେ ରୁହ, ନିରାପଦ ରୁହ ବୋଲି ଲେଖିଛନ୍ତି। ଅଜୟଙ୍କ ଏହି ପୋଷ୍ଟରେ ତାଙ୍କର ପ୍ରଶଂସକମାନେ ନ୍ୟାସାକୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଜଣେ ପ୍ରଶଂସକ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ସୁନ୍ଦରୀ ରାଜକୁମାରୀ ନ୍ୟାସାଙ୍କୁ ଭଗବାନ ଆଶୀର୍ବାଦ କରନ୍ତୁ ବୋଲି ଲେଖିଛନ୍ତି। ନ୍ୟାସା ୧୭ ବର୍ଷରେ ପଦାର୍ପଣ କରିଥିବା ବେଳେ ସେ ମୋ ହୃଦୟର ଅଂଶ ବୋଲି କାଜୋଲ୍ ଲେଖିଛନ୍ତି। ଦୁନିଆର ସବୁଠୁ ସୁନ୍ଦରୀ ଝିଅକୁ ଜନ୍ମଦିନର ଶୁଭେଚ୍ଛା ବୋଲି ସେ ଉଲ୍ଲେଖ କରିଛନ୍ତି। ନିକଟରେ ଏକ ଗୁଜବ ଖବର ପ୍ରକାଶ ପାଇଥିଲା ଯେ ନ୍ୟାସା କରୋନା ଆକ୍ରାନ୍ତ ହୋଇଛନ୍ତି ଏବଂ ତାଙ୍କୁ କାଜୋଲ୍ ହସ୍ପିଟାଲ୍କୁ ନେଇଛନ୍ତି। ତେବେ ଅଜୟ ନିଜ ଟ୍ବିଟରେ ଏହାକୁ ଏକ ଗୁଜବ କହିବା ସହ ମୋ ପତ୍ନୀ କାଜୋଲ୍ ଓ ଝିଅ ନ୍ୟାସା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ସୂଚନା ଦେଇଥିଲେ।
Follow Us