ମୁମ୍ବାଇ: ବେଶ୍ କିଛି ଦିନ ଧରି ଚର୍ଚ୍ଚା ହେଉଥିଲା ଯେ, ଅଜୟ ଦେବଗନଙ୍କ ଅଭିନୀତ ଏକ ସିନେମାର ସିକ୍ବେଲ୍ ତିଆରି ହେବ। ଏହି ସିନେମା ହେଲା ‘ରେଡ୍-୨’। ଶୁଣିବାକୁ ମିଳୁଛି ଯେ ଚଳିତ ବର୍ଷ ଅଜୟ ଦେବଗନ ଏହାର ସୁଟିଂ ଆରମ୍ଭ କରିବେ।
ତାଙ୍କର ପୂର୍ବ ସିନେମା ‘ତାଣାଜୀ’ ସୁପରହିଟ୍ ହେବା ପରେ ଏବେ ଅଜୟ ଦେବଗନଙ୍କ ହାତରେ ‘ସୂର୍ଯ୍ୟବଂଶୀ’, ‘ଛଲାଙ୍ଗ’, ‘ଦ ବିଗ୍ ବୁଲ୍’, ‘ଆରଆରଆର୍’ , ‘ଭୁଜ୍ ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’ ଏବଂ ‘ଚାଣକ୍ୟ’ ଆଦି ସିନେମା ରହିଛି। ବ୍ୟସ୍ତତା ଭିତରେ ଥାଇ ବି ସେ ‘ରେଡ-୨’ର ସୁଟିଂରେ ଯୋଗ ଦେବେ ବୋଲି ଜଣାଯାଇଛି।
image source-the times of india୨୦୧୮ରେ ମୁକ୍ତିଲାଭ କରିଥିବା ରାଜ କୁମାର ଗୁପ୍ତାଙ୍କ ଫିଲ୍ମ ‘ରେଡ୍’ ରେ ଅଜୟ ଦେବଗନଙ୍କ ବ୍ୟତୀତ ଇଲିଆନା ଡ୍ରି’କ୍ରୁଜ ଏବଂ ସୌରଭ ଶୁକ୍ଳା ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଏହା ସୁପରହିଟ୍ ବି ହୋଇଥିଲା। ‘ରେଡ-୨’ରେ ପୁଣି ସେହି କଳାକାରମାନଙ୍କୁ ଦେଖିବାକୁ ମିଳିବ ବୋଲି ଜଣାଯାଇଛି।
ଏସଂପର୍କରେ ପ୍ରଯୋଜକ ଅଭିଷେକ ପାଠକ କହିଛନ୍ତି ଯେ, ସଂପ୍ରତି ଫିଲ୍ମର କାହାଣୀକୁ ଅନ୍ତିମ ରୂପ ଦିଆଯାଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଫିଲ୍ମର କାଷ୍ଟ୍ ପୂର୍ବ ପରି ସମାନ ରହିବେ। ତେବେ ଏଥର ଦର୍ଶକ ‘ରେଡ-୨’ରେ ଏକ ନୂଆ କାହାଣୀ ଦେଖିବାକୁ ପାଇବେ ବୋଲି ପ୍ରଯୋଜକ ଅଭିଷେକ ପାଠକ ସୂଚନା ଦେଇଛନ୍ତି। ଏବେ ଦେଖିବା କଥା ଯେ ‘ରେଡ୍’ ଭଳି ‘ରେଡ୍-୨’ ହିଟ୍ ହେଉଛି କି ନା।
Follow Us