DNA India
ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ‘ତାଣାଜୀ’ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରି ଏଯାବତ ୧୪୫ କୋଟି ଟଙ୍କାରୁ ଅଧିକ ଆୟ କରିସାରିଲାଣି । ଫିଲ୍ମରେ ଅଜୟ ଦେବଗନ, ସୈଫ ଅଲ୍ଲୀ ଖାନ ଓ କାଜଲଙ୍କ ଅଭିନୟକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ତେବେ ‘ତାଣାଜୀ’ ପରେ ଅଜୟ ଆଉ ଏକ ବାୟୋପିକ ‘ମୈଦାନ’ରେ ଅଭିନୟ କରୁଥିବା ଜାଣିବାକୁ ମିଳିଛି।
India Todayଅଜୟଙ୍କ ‘ମୈଦାନ’ ସିନେମାର ପ୍ରଥମ ଲୁକ୍ ରିଲିଜ ହୋଇଛି। ଅଜୟ ଏହାକୁ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଏହାକୁ ସେୟାର କରି ଅଜୟ ଦେବଗନ୍ ସିନେମାର ରିଲିଜ ତାରିଖ ବି ଘୋଷଣା କରି ଦେଇଛନ୍ତି। ଅଜୟ ସିନେମାର ପ୍ରଥମ ଲୁକ୍ ସେୟାର କରି ଲେଖିଛନ୍ତି, ‘ମୈଦାନ ପାଇଁ ହୋଇ ଯାଆନ୍ତୁ ପ୍ରସ୍ତୁତ। ୨୭ ନଭେମ୍ବର ୨୦୨୦।’
ଏହି ସିନେମାଟି ବାସ୍ତବ ଘଟଣା ଉପରେ ଆଧାରିତ । ଭାରତର ପୂର୍ବତନ ଫୁଟବଲ କୋଚ ସୟଦ ଅବଦୁଲ ରହିମଙ୍କ ଜୀବନୀକୁ ନେଇ ଏହି ସିନେମାଟି ନିର୍ମିତ ହୋଇଛି। ଏହି ସିନେମାରେ ଅଜୟଙ୍କ ସହ ଦକ୍ଷିଣୀ ସୁନ୍ଦରୀ ପ୍ରିୟାମଣି ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି। ଅଜୟ ଦେବଗନ ‘ମୈଦାନ’ ସିନେମାରେ ସୟଦ ଅବଦୁଲ ରହିମଙ୍କ ଭୂମିକାରେ ନଜର ଆସିବେ। ସିନେମା ମୈଦାନକୁ ବୋନି କପୁର, ଆକାଶ ଚାୱଲା ପ୍ରଯୋଜନା କରୁଥିବା ବେଳେ ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ଅମିତ ରବିନ୍ଦ୍ରନାଥ ଶର୍ମା ।
Follow Us