ଫୁଟବଲ କୋଚ୍‌ ବନିବେ ଏହି ବଲିଉଡର ସୁପରଷ୍ଟାର

ଫୁଟବଲ କୋଚ୍‌ ବନିବେ ଏହି ବଲିଉଡର ସୁପରଷ୍ଟାର

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଅଜୟ ଦେବଗନ ଏକ ସିନେମାରେ ଜଣେ ଫୁଟବଲ କୋଚ୍‌ ଭୂମିକାରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି। ଏହି ଫୁଟବଲ୍‌ କୋଚ୍‌ ଜଣକ ହେଲେ ସୟଦ୍‌ ଅବଦୁଲ୍‌ ରହିମଯିଏ କି ୧୯୫୦ରୁ ୧୯୬୩ ମଧ୍ୟରେ ଭାରତୀୟ ଫୁଟବଲ ଦଳର କୋଚ୍‌ ଓ ମ୍ୟାନେଜର୍‌ ଥିଲେ। ଇଣ୍ଡୋନେସିଆର ଜାକର୍ତ୍ତାରେ ୧୯୬୨ରେ ଆୟୋଜିତ ଏସୀୟ କ୍ରୀଡ଼ାରେ ସୟଦ୍‌ ଅବଦୁଲ ରହିମାଙ୍କ ପାଇଁ ଭାରତୀୟ ଫୁଟବଲ ଦଳ ବିଜୟ ଲାଭ କରିଥିଲେବୋଲି କୁହାଯାଏ।

ଏଯାଏଁ ନାମକରଣ ହୋଇନଥିବା ଏକ ସିନେମାରେ ଅଜୟ ଦେବଗନ୍‌ ସୟଦ୍‌ ଅବଦୁଲ୍‌ ରହିମାଙ୍କ ଭୂମିକା କରିବେ ବୋଲି ଜଣାଯାଇଛି। ଏହାର ପ୍ରୟୋଜନା କରୁଛନ୍ତି ଜି ଷ୍ଟୁଡିଓ ଓ ବୋନି କପୁର। ଏହାର ନିର୍ଦ୍ଦେଶକ ହେଲେି ଅମିତ୍‌ ଶର୍ମା।

publive-image
ଏହି ସିନେମାର ଚିତ୍ରନାଟ୍ୟ ଲେଖୁଛନ୍ତି ସାଇଓ୍ଵିନ୍‌ କାଦ୍ରି । ସେ ଏହା ଆଗରୁ ମେରି କମ୍‌ ଓ ନୀରଜା ଭଳି ସିନେମା ର ଚିତ୍ରନାଟ୍ୟ ରଚନା କରିଛନ୍ତି। କରିଛନ୍ତି। ଏହାର ସଂଳାପ ଲେଖିଛନ୍ତି ‘ଏୟାରଲିପ୍ଟ’ ଓ ‘ନମସ୍ତେ ଲଣ୍ଡନ’ ଫେମ୍‌ ରିତେଶ ଶାହା। କୁହାଯାଉଛି ଯେ ଚଳିତ ବର୍ଷ ଶେଷଆଡକୁ ଏହାର ସୁଟିଂ ଆରମ୍ଭ ହେବ। ଅଜୟ ଏହି ସିନେମାକୁ ନେଇ ଖୁବ୍‌ ଉତ୍ସାହିତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe