Image Courtesy of India Today
ମୁମ୍ବାଇ: ‘ଡିସ୍କଭରି’ର ଆଡ୍ଭେଞ୍ଚର୍ ସୋ’ ‘ଇଣ୍ଟୁ ଦି ୱାଇଲ୍ଡ୍ ୱିଥ୍ ବେୟର୍ ଗ୍ରିଲ୍ସ୍’ର ଗୋଟାଏ ଅଧ୍ୟାୟରେ ବଲିଉଡ୍ ଅଭିନେତା ଅଜୟ ଦେବଗନ୍ ଅଂଶଗ୍ରହଣ କରିବା କଥା ଆଜି ଉକ୍ତ ‘ସୋ’ର ନିର୍ମାତାମାନେ ଘୋଷଣା କରିଛନ୍ତି।
ଏହି ‘ସୋ’ର ଉପସ୍ଥାପକ ତଥା ପ୍ରବୀଣ ଅଭିଯାତ୍ରୀ (ଏସ୍ ଆଡ୍ଭେଞ୍ଚରର୍) ବେୟର୍ ଗ୍ରିଲ୍ସ୍ଙ୍କ ସହ ଖୁବ୍ ଶୀଘ୍ର ୫୨ ବର୍ଷିୟ ଅଜୟ ଦେବଗନ ମାଳଦ୍ବୀପରେ ଏହି ଅଧ୍ୟାୟର ସୁଟିଙ୍ଗ୍ରେ ଅବତୀର୍ଣ୍ଣ ହେବେ।
ସ୍ମରଣଯୋଗ୍ୟ, ୨୦୧୯ରେ ‘ମ୍ୟାନ୍ ଭର୍ସେସ୍ ୱାଇଲ୍ଡ୍ ୱିଥ୍ ବେୟର୍ ଗ୍ରିଲ୍ସ୍ ଆଣ୍ଡ୍ ପିଏମ୍ ମୋଦୀ’ ଅଧ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଖା ଦେଇଥିଲେ।
ପୂର୍ବରୁ ମଧ୍ୟ ‘ଆଡ୍ଭେଞ୍ଚର୍ ଇନ୍ ଦି ୱାଇଲ୍ଡର୍ନେସ୍’ରେ ସୁପର୍ଷ୍ଟାର୍ ଅକ୍ଷୟ କୁମାର ଏବଂ ରଜନୀକାନ୍ତ ଗ୍ରିଲ୍ସ୍ଙ୍କ ସହ ଅଂଶ ଗ୍ରହଣ କରିଥିଲେ।
Image Courtesy of India TV Newsପ୍ରଥମେ ‘ଡିକ୍ସଭରି+ ଆପ୍’ରେ ଏହି ସୋ’ର ପ୍ରିମିୟମ୍ କରାଯିବ।
ଅତି ନିକଟ ଅତୀତରେ ‘ଭୁଜ୍: ଦି ପ୍ରାଇଡ୍ ଅଫ୍ ଇଣ୍ଡିଆ’ରେ ଅଭିନୟ କରିଥିବା ଦେବଗନ ‘ଗଙ୍ଗୁବାଈ କାଠିଆୱାଡ଼ି’, ଏସ୍ଏସ୍ ରାଜାମୌଲିଙ୍କ ‘ଆର୍ଆର୍ଆର୍’, କ୍ରୀଡ଼ା ନାଟକ ‘ମୈଦାନ୍’ ଏବଂ ତାଙ୍କ ନିଜସ୍ବ ନିର୍ଦେଶନାରେ ‘ମେ’ଡେ’ ଭଳି ଚଳଚ୍ଚିତ୍ରରେ ଅଭିନୟ କରୁଛନ୍ତି।
ଏହା ବ୍ୟତିରେକେ, ସେ ପାଇଁ ‘ଡିଜ୍ନି+ ହଟ୍ଷ୍ଟାର୍ ସିରିଜ୍ ‘ରୁଦ୍ର: ଦି ଏଜ୍ ଅଫ୍ ଡାର୍କନେସ୍’ରେ ଡିଜିଟାଲ୍ ଡେବ୍ୟୁ କରିବାକୁ ଯାଉଛନ୍ତି।
Follow Us