ଅଭିନେତା ଅଜୟ ଦେବଗନଙ୍କ ପିତୃ ବିୟୋଗ

ଅଭିନେତା ଅଜୟ ଦେବଗନଙ୍କ ପିତୃ ବିୟୋଗ

www.indiatoday.in

ମୁମ୍ବାଇ: ବଲିଉଡ୍‌ର ଷ୍ଟଣ୍ଟ୍‌ ନିର୍ଦ୍ଦେଶକ ତଥା ଅଭିନେତା ଅଜୟ ଦେବଗନଙ୍କ ବାପା ଭିରୁ ଦେବଗନଙ୍କର ସୋମବାର ସକାଳୁ ମୃତ୍ୟୁ ଘଟିଛି। ଟ୍ରେଡ୍‌ ଆନାଲିଷ୍ଟ୍‍ ତଦନ ଆଦର୍ଶ ପ୍ରଥମେ ଏହି ଖବରଟିକୁ ଟ୍ଵିଟର୍‌ରେ ସେୟାର କରିଥିଲେ। ଆଜି ସଂଧ୍ୟା ୬ଟାରେ ମୁମ୍ବାଇରେ ତାଙ୍କ ଅନ୍ତିମ ସତ୍କାର ସଂପନ୍ନ ହେବ ବୋଲି ସୂଚନା ରହିଛି।

ତରନ ଆଦର୍ଶ ଟ୍ଵିଟ୍‌ କରି ଲେଖିଛନ୍ତି, ‘ଆଜି ସକାଳୁ ଭିରୁ ଦେବଗନଙ୍କ ପରଲୋକ ହୋଇଛି। ଅଜୟ ଦେବଗନ ଭିରୁଙ୍କ ବାପା ଜଣେ ଆକ୍ସନ ନିର୍ଦ୍ଦେଶକ। ସେ ଅଭିତାଭ ବଚ୍ଚନ ଓ ପୁଅ ଅଜୟ ଦେବଗନଙ୍କ ଅଭିନୀତ ‘ହିନ୍ଦୁସ୍ତାନ କି କସମ୍‌’ ଚଳଚ୍ଚିତ୍ର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ସଂଧ୍ୟା ୬ଟାରେ ଅନ୍ତିମ ସତ୍କାର ହେବ। ଦେବଗନ ପରିବାରକୁ ହୃଦୟଭରା ସମବେଦନା।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe