ବାତ୍ୟା ତୌତେ ପ୍ରଭାବରେ ଧ୍ବଂସ ପାଇଗଲା ଅଜୟ ଦେବଗନ୍‌ଙ୍କ ‘ମୈଦାନ’ର ସୁଟିଂ ସେଟ୍

Advertisment
ବାତ୍ୟା ତୌତେ ପ୍ରଭାବରେ ଧ୍ବଂସ ପାଇଗଲା ଅଜୟ ଦେବଗନ୍‌ଙ୍କ ‘ମୈଦାନ’ର ସୁଟିଂ ସେଟ୍

India Today

ମୁମ୍ବାଇ: ବାତ୍ୟା ତୌତେ ପ୍ରଭାବରେ ମୁମ୍ବାଇରେ ବହୁ କ୍ଷୟକ୍ଷତି ଘଟିଥିବା ବେଳେ ଅଭିନେତା ଅଜୟ ଦେବଗନ୍‌ଙ୍କ ଆଗାମୀ ଚଳଚ୍ଚିତ୍ର ‘ମୈଦାନ’ ଚଳଚ୍ଚିତ୍ର ସେଟ୍‌କୁ ମଧ୍ୟ ଧ୍ବଂସ କରି ପକାଇଛି। ଖବରରୁ ଜାଣିବାକୁ ମିଳିଛି ଯେ ଅଜୟ ତାଙ୍କ ସେଟ୍‌କୁ ସୁରକ୍ଷିତ ରଖିବାକୁ ବହୁ ଉଦ୍ୟମ କରିଥିଲେ ମଧ୍ୟ ସବୁ ବୃଥା ଯାଇଛି।

ଇଟାଇମ୍‌ସର ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଏହି ବାତ୍ୟାରେ କେହି ମୃତାହତ ହୋଇ ନଥିଲେ ବି ମୁମ୍ବାଇର ସୀମାନ୍ତ ଏହି ବାତ୍ୟାରେ ପୂରାପୂରି ଭା‌ବେ ନ‌ଷ୍ଟ ହୋଇ ଯାଇଛି।

ସୂତ୍ରରୁ ଜାଣିବାକୁ ମିଳିଛି ଯେ ତୌତେ ସେଟ୍‌କୁ ଧ୍ବଂସ କରିବା ସମୟରେ ସେଟ୍‌ରେ ୪୦ ଜଣ ଉପସ୍ଥିତ ଥିଲେ। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ‘ମୈଦାନ’ ପାଇଁ ଏହା ହେଉଛି ଦ୍ବିତୀୟ ବଡ଼ କ୍ଷତି।

Maidan Movie Official Trailer Ajay Devgan ! Keerthi Suresh ! Rashmika mandana - YouTube YouTube

ପୂର୍ବରୁ ୨୦୨୦ ମସିହାରେ ଏହି ଚଳଚ୍ଚିତ୍ର ସୁଟିଂ ପାଇଁ ୧୬ ଏକରର ଏକ ସେଟ୍‌ ନିର୍ମାଣ ହୋଇଥିଲେ ବି କରୋନା ମହାମାରୀ ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ପାଇଁ ସେସବୁକୁ ବନ୍ଦ କରା ଯାଇଥିଲା।

‘ମୈଦାନ’ ଚଳଚ୍ଚିତ୍ରଟି ଦିବଂଗତ ଫୁଟବଲ୍‌ ଖେଳାଳି ସୟଦ ଅବଦୁଲ୍‌ ରହିମ୍‌ଙ୍କ ଜୀବନ କାହାଣୀ ଉପରେ ଆଧାରିତ। ଏଥିରେ ନାୟିକା ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ଅଭିନେତ୍ରୀ ପ୍ରିୟମଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe