ଅଜୟ ଦେବଗନଙ୍କୁ ଏହି କାମରୁ ରୋକିବା ପାଇଁ ପାମ୍ପଲେଟ ଛପାଇ କାନ୍ଥବାଡ଼ରେ ଲଗାଇଲେ ପ୍ରଶଂସକ

Advertisment
ଅଜୟ ଦେବଗନଙ୍କୁ ଏହି କାମରୁ ରୋକିବା ପାଇଁ ପାମ୍ପଲେଟ ଛପାଇ କାନ୍ଥବାଡ଼ରେ ଲଗାଇଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ୍‌ ଷ୍ଟାର୍‌ ଅଜୟ ଦେବଗନଙ୍କର ଜଣେ ପ୍ରଶଂସକ ଅଜୟଙ୍କୁ ଟବାକୋର ବିଜ୍ଞାପନ ନ କରିବା ପାଇଁ ଖୋଲାଖୋଲି ଭାବେ ନିବେଦନ କରିଛନ୍ତି। ୪୦ ବର୍ଷିଅ ନାନକର ନାମକ ଏହି ବ୍ୟକ୍ତି ଜଣକ ଅଜୟଙ୍କର ଜଣେ ବଡ଼ ପ୍ରଶଂସକ ବୋଲି ତାଙ୍କ ପରିବାର ଲୋକ କହନ୍ତି। ସେ ଅଜୟ ଦେବଗନ ବିଜ୍ଞାପନ କରୁଥିବା ଟବାକୋ ଖାଉଥିଲେ। ମାତ୍ର ସେହି ଟବାକୋକୁ ମାତ୍ରାଧିକ ଖାଇବା ପରେ କର୍କଟ ରୋଗରେ ଆକ୍ରାନ୍ତ ହେଲେ। ବ୍ୟକ୍ତି ଜଣକ ଟବାକୋ ଖାଇ କର୍କଟ ରୋଗର ଆକ୍ରାନ୍ତ ହେବା ପରେ ଅଜୟଙ୍କୁ ଏପରି କ୍ଷତିକାରକ ସାମଗ୍ରୀ ପାଇଁ ବିଜ୍ଞାପନ ନ କରିବା ପାଇଁ ନିବେଦନ କରିଛନ୍ତି।

ନାନକର ଅଜୟ ଦେବଗନଙ୍କୁ ଅନୁରୋଧ କରି ୧୦୦୦ ପାମ୍ପ୍‌ଲେଟ୍‌ ଛପାଇଛନ୍ତି। ଏହି ପାମ୍ପଲେଟ୍‌କୁ ରାଜସ୍ଥାନର ସାଙ୍ଗନେର୍‌, ଜଗତପୁରା ଅଞ୍ଚଳର କାନ୍ଥରେ ଲଗାଇଛନ୍ତି। ସେଥିରେ ନାନକରଙ୍କ ପୁଅ ଲେଖିଛନ୍ତି ଅଜୟ ଦେବଗନ ବିଜ୍ଞାପନ କରୁଥିବା ବ୍ରାଣ୍ଡ୍‌ର ଟବାକୋ ମୋ ବାପା ଦୀର୍ଘ ବର୍ଷ ହେବ ଖାଉଥିଲେ। ମୁଁ ଭାବୁଥିଲି ଅଜୟ ଦେବଗନଙ୍କ ପରି ଷ୍ଟାର୍‌ ବିଜ୍ଞାପନ କରୁଥିବା ବ୍ରାଣ୍ଡ କେବେ କ୍ଷତିକାରକ ହୋଇ ନ ପାରେ। ମାତ୍ର ମୋ ବାପା ଆଜି ଜୀବନମରଣ ସଂହ ସଂଘର୍ଷ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe