ଅଜୟ ଦେବଗନଙ୍କର କେହି ନାୟିକା ନାହାନ୍ତି ଏହି ସିନେମାରେ

ଅଜୟ ଦେବଗନଙ୍କର କେହି ନାୟିକା ନାହାନ୍ତି ଏହି ସିନେମାରେ

PHOTO-THE INDIAN EXPRESS

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଅଜୟ ଦେବଗନ୍‌ ଏବେ ତାଙ୍କର ବ୍ଲକବଷ୍ଟର ମୁଭି ‘ଗୋଲମାଲ ଏଗେନ୍‌’ର ସଫଳତାକୁ ସେଲିବ୍ରେଟ୍‌ କରୁଛନ୍ତି। ଏହି ସିନେମା ୨୦୦ କୋଟିରୁ ଅଧିକ ବ୍ୟବସାୟ କରି ଚର୍ଚ୍ଚାରେ ରହିଛି। ଏରେ ଆଉ ଏକ କଥା ବି ଅଜୟଙ୍କୁ ପୁଣି ଚର୍ଚ୍ଚାକୁ ଆଣିଛି। ସେ ଖୁବ୍‌ ଶୀଘ୍ର ଅନ୍ୟ ଏକ ସିନେମାରେ ଲିଡ ରୋଲ କରିବାକୁ ଯାଉଛନ୍ତି। ତାହା ହେଲା ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ଇନ୍ଦ୍ର କୁମାରଙ୍କ ‘ଟୋଟାଲ୍‌ ଧମାଲ’। ଏହାର ସୁଟିଂ ଆଗାମୀ ଡିସେମ୍ବର ୧୫ ତାରିଖରେ ଲକ୍ଷ୍ନୌଠାରେ ଆରମ୍ଭ ହେଉଛି।

ତେବେ ମଜାଦର ଖବରଟି ହେଲା ଯେ ଏଥିରେ ଅଜୟ ଦେବଗନଙ୍କ ବିପକ୍ଷରେ କେହି ନାୟିକା ନାହାନ୍ତି। ପ୍ରଥମେ ଶୁଣିବାକୁ ମିଳୁଥିଲା ଯେ ‘ଟୋଟାଲ୍‌ ଧମାଲ’ରେ ଅଜୟ ତାଙ୍କର ‘ବାଦଶାହୋ’ର ସହ କଳାକାର ଇଲିଆନା ଡିକ୍ରୁଜଙ୍କ ସହ ରୋମାନସ୍‌ କରିବେ। ହେଲେ ଇନ୍ଦ୍ର କୁମାର ସ୍ପଷ୍ଟ କରିଛନ୍ତି ଯେ ଏଥିରେ ଅଜୟଙ୍କ ବିପକ୍ଷରେ କେହି ନାୟିକା ନାହାନ୍ତି। ଠିକ୍‌ ଯେମିତି ‘ଧମାଲ’ ଏବଂ ‘ଡବଲ ଧମାଲ୍‌’ରେ ସଞ୍ଜୟ ଦତ୍ତଙ୍କର କେହି ନାୟିକା ନଥିଲେ ,ଠିକ୍‌ ସେମିତି ଅଜୟଙ୍କ କ୍ଷେତ୍ରରେ ହେବ। ଏଠାରେ ସୂଚନାଯୋଗ୍ୟ ଯେ ‘ଟୋଟାଲ୍‌ ଧମାଲ’ରେ ସେହି ଭୂମିକା ନିଭାଇବା ଲାଗି ପ୍ରଥମେ ସଞ୍ଜୟ ଦତ୍ତଙ୍କୁ ଅଫର୍‌ ଦିଆଯାଇଥିଲା ହେଲେ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ତାପରେ ଅଜୟ ଦେବଗନଙ୍କୁ ଚୁକ୍ତିବଦ୍ଧ କରାଯାଇଥିଲା।

publive-image PHOTO-BOLLYWOODHUNGAMA

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ‘ଟୋଟାଲ୍‌ ଧମାଲ’ରେ ଦୀର୍ଘ ବର୍ଷର ବ୍ୟବଧାନରେ ଅତୀତର ହିଟ୍‌ ଯୋଡି ଅନୀଲ କପୁର-ମାଧୁରୀ ଦୀକ୍ଷିତ ଯୋଡିକୁ ବି ଦେଖିବାକୁ ପାଇବେ ଦର୍ଶକ। ଏଠାରେ ସୂଚନାଯୋଗ୍ୟ ଯେ ଇନ୍ଦ୍ର କୁମାରଙ୍କ ସୁପରହିଟ୍‌ ସିନେମା ‘ବେଟା’ରେ ଅଭିନୟ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe